
କନକ ବ୍ୟୁରୋ : ଭାରତରେ ଏବେ ଦୁଇ ଜଣ ବଡ଼ ଠକଙ୍କୁ ଖୋଜା ଚାଲିଛି । ସେମାନେ ହେଲେ ବିଜୟମାଲ୍ୟା ଓ ନିରବ ମୋଦୀ । ଉଭୟ ଦେଶର ବ୍ୟାଙ୍କମାନଙ୍କ ହଜାର ହଜାର କୋଟି ଟଙ୍କା ଖାଇ ଫେରାର ହୋଇଯାଇଛନ୍ତି । ତେବେ ସେମାନଙ୍କୁ ଭାରତ ଆଣିବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଦୁଇଜଣ ଏବେ ଲଣ୍ଡନରେ ଥିବାରୁ ସେମାନଙ୍କ ପ୍ରତ୍ୟାର୍ପଣ ପାଇଁ ମାମଲା ଏବେ ବ୍ରିଟିଶ କୋର୍ଟରେ ଚାଲିଛି । କୋର୍ଟ ଅନୁମତି ମିଳିବା ପରେ ସେମାନଙ୍କୁ ଭାରତ ଅଣାଯିବ । କିନ୍ତୁ ସେମାନଙ୍କୁ ସବୁ ସୁବିଧା ଥିବା ଜେଲରେ ରଖିଲେ ହିଁ ବ୍ରିଟେନ କୋର୍ଟ ପ୍ରତ୍ୟାର୍ପଣ ଅନୁମତି ଦେବାକୁ ସର୍ତ୍ତରଖିଥିବାରୁ ଭାରତ ସରକାର ମୁମ୍ବଇର ଆର୍ଥର ରୋଡ ଜେଲକୁ ପ୍ରସ୍ତୁତ କରୁଛନ୍ତି । ଉଭୟ ମାଲ୍ୟା ଓ ନିରବ ଆସିଲେ ଏହି ଜେଲର ବାରାକ ନଂ ୧୨ରେ ରହିବେ ।

from Kanak News http://bit.ly/2ZnkxSq http://bit.ly/2F4AmFL
No comments: