ଖରାଛୁଟି ପରେ ଖୋଲିବ ସ୍କୁଲ । ବାତ୍ୟା ଫୋନି ପ୍ରଭାବିତ ବିଦ୍ୟାଳୟର ମରାମତି ଚିନ୍ତା : ପାଖ ସ୍କୁଲରେ ପାଠପଢିବେ ପିଲା Kanak News

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ରାଜ୍ୟରେ ଖୋଲିବ ସ୍କୁଲ । ଗ୍ରୀଷ୍ମଅବକାଶ ସରିଆସୁଥିବା ବେଳେ ଏବେ ସ୍କୁଲ ଖୋଲିବାକୁ ଦିନ କେଇଟା ବାକି ରହିଛିି । ହେଲେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଗୁଡିକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । କିଭଳି ଭାବରେ ଛାତ୍ରଛାତ୍ରୀମାନେ ଭଙ୍ଗାସ୍କୁଲରେ ବସି ପାଠ ପଢିବେ ସେନେଇ ସମସ୍ୟା ଦେଖା ଦେଇଛି । ଅପରପକ୍ଷରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲଗୁଡିକର ଛାତ୍ରଛାତ୍ରୀମାନେ ପାଖ ସ୍କୁଲରେ ପାଠ ପଢିବେ ବୋଲି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

from Kanak News http://bit.ly/2WAu4DJ http://bit.ly/2WCJMDf
No comments: