ରାଜ୍ୟସଭା ଛାଡିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାନସଭା ଆସନରୁ ବିଜୟ ଲାଭ କରିଥିବାରୁ ରାଜ୍ୟସଭା ସଦସ୍ୟ ପଦରୁ ଦେଲେ ଇସ୍ତଫା Kanak News

କନକ ବ୍ୟୁରୋ: ନବନିର୍ବାଚିତ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିକଟରେ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଥିବାରୁ ରାଜ୍ୟସଭା ସଦସ୍ୟ ପଦରୁ ସେ ଇସ୍ତଫା ଦେଉଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପଟ୍ଟନାୟକ ୧୫ ମାର୍ଚ୍ଚ ୨୦୧୮ରେ ରାଜ୍ୟସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ ଏବଂ ଏପ୍ରିଲ ୪ରେ ଶପଥ ଗ୍ରହଣ କରିଥିଲେ।

ଉଲ୍ଲେଖ ଥାଉ କି, ଗତବର୍ଷ ମାର୍ଚ୍ଚ ୭ ତାରିଖରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏବଂ ତା’ପରେ ପରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ତେବେ ସୈାମ୍ୟରଂଜନ ପଟ୍ଟନାୟକଙ୍କର ରହିଛି ଦୀର୍ଘ ରାଜନୈତିକ ଅଭିଜ୍ଞତା । ୧୯୯୫ରେ ସେ ରାଜନୀତିରେ ପାଦ ଥାପିବା ସହ ୧୯୯୬ରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । କଂଗ୍ରେସ ଟିକେଟରେ ସେ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରି ନିଜ ପାଇଁ ଏକ ସ୍ଥାନ ହାସଲ କରି ପାରିଥିବା ସୈାମ୍ୟରଂଜନ ରାଜନୀତି କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଚାରଧାରା ସହ କେବେ ସାଲିସ କରିନଥିବା ଏହି ରାଜନେତା ସବୁବେଳେ ନିଜର ସ୍ପଷ୍ଟ ମତ ପାଇଁ ଚର୍ଚ୍ଚିତ ରହୁଥିଲେ ।

ରାଜ୍ୟରେ ବିଭିନ୍ନ ସଂଗଠନ ଓ ସମସ୍ୟା ସହ ନିଜକୁ ଜଡିତ କରାଇ ସୈାମ୍ୟରଂଜନ ଖୋଜୁଥିଲେ ସମାଧାନର ରାସ୍ତା । ଖାସ୍ କରି ଚଷା, ଭାଷା, ନିଶା ଆଉ ଚିଟଫଣ୍ଡ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ କେବେ ପଛଘୁଂଚା ଦେଇନଥିଲେ । ସାରା ରାଜ୍ୟର ୩୧୪ ବ୍ଲକରେ ସାମାଜିକ କାର୍ଯ୍ୟ ଦ୍ୱାରା ନିଜ ପାଇଁ ପ୍ରତିଷ୍ଠା ହାସଲ କରିପାରିଥିଲେ ସୈାମ୍ୟରଂଜନ ।



from Kanak News http://bit.ly/2WKIuFn http://bit.ly/2KkfIF4
ରାଜ୍ୟସଭା ଛାଡିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାନସଭା ଆସନରୁ ବିଜୟ ଲାଭ କରିଥିବାରୁ ରାଜ୍ୟସଭା ସଦସ୍ୟ ପଦରୁ ଦେଲେ ଇସ୍ତଫା Kanak News ରାଜ୍ୟସଭା ଛାଡିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାନସଭା ଆସନରୁ ବିଜୟ ଲାଭ କରିଥିବାରୁ ରାଜ୍ୟସଭା ସଦସ୍ୟ ପଦରୁ ଦେଲେ ଇସ୍ତଫା Kanak News Reviewed by SUBHENDU BARAL on June 03, 2019 Rating: 5

No comments:

Powered by Blogger.