ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ଭିଡ଼ : ଶୃଙ୍ଖଳା ପାଇଁ ଚାରି ଥାକିଆ ଟ୍ରାଫିକ୍ ବ୍ୟବସ୍ଥା Kanak News

କନକ ବ୍ୟୁରୋ : ଦେବସ୍ନାନ ପୂର୍ଣ୍ଣିମାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ ଚାରିଟି ଜୋନ୍ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ବରେ ଜଣେ ଲେଖା ଡିଏସପିଙ୍କୁ ଦାୟିତ୍ବ ଦିଆଯାଇଛି । ଜୋନ୍-୧କୁ ଚାରି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ଜୋନ୍-୨କୁ ତିନି, ଜୋନ୍-୩କୁ ଦୁଇ ଓ ଜୋନ୍-୪କୁ ୪ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର, ଏଏସ୍ଆଇଙ୍କୁ ରଖାଯାଇଛି । ଜୋନ୍-୪ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହର ବାହାର ଭିଡ଼ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଥିବାବେଳେ ସହର ଭିତର ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବାକି ତିନି ଜୋନ୍କୁ ଦାୟିତ୍ବ ଦିଆଯାଇଛି ।
ଜୋନ୍-୧ ଅଧୀନରେ ଅଠରନଳାଠାରୁ ଡାକ୍ତରଖାନା ଛକ ଭାୟା ନବକଳେବର ରୋଡ୍, ମାଟିଆପଡ଼ା, ରେଡକ୍ରସ ରୋଡ୍, ଜଟିଆବାବା ଛକ, ନରେନ୍ଦ୍ରକୋଣ, ବଡ଼ଦାଣ୍ଡ, ମାର୍କେଟ ଛକ, ସିଂହଦ୍ବାରଠାରୁ ଶ୍ରୀମନ୍ଦିର ଚାରିପାଖ, ମଙ୍ଗଳାଘାଟ, ବାଲିସାହି ରୋଡ୍ ଓ ଏଥିସହ ସଂଯୋଗ ଗଳିକନ୍ଦି ଦାୟିତ୍ବ ଦିଆଯାଇଛି । ଜୋନ୍-୨ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନୃସିଂହ ମନ୍ଦିର ଛକଠରୁ ସୁଭାଷ ବୋଷ ଛକ ଭାୟା ବାଲିଘାଟ, ଗ୍ରିଡ୍ ଷ୍ଟେସନ୍ ଛକ, ଆଇଟିଆଇ ଛକ, ସିଟି ରୋଡ୍, ମେଡିକାଲ୍ ଛକଠାରୁ ଗାଣ୍ଡୁଆଚଉରା ଭାୟା ଭିଆଇପି ରୋଡ୍, ସୁଭାଷ ବୋଷ ଛକ, ହରିହର ଛକ, ବେଳାମାର୍ଗ ରାସ୍ତା, ହନ୍ସ କୋକାପାମ ଏବଂ ଲୋକନାଥ ରୋଡରେ ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଛି ।
ଜୋନ-୩ରେ ଥିବା ଅଧିକାରୀଙ୍କୁ ଅଠରନଳାଠାରୁ ମାଳତୀପାଟପୁର, ବୀରହରେକୃଷ୍ଣପୁର ବଜାରଠାରୁ ବାଲିଘାଟ ଭାୟା ନୂଆ ନବକଳେବର ରୋଡ୍, ମାଳତୀପାଟପୁରଠାରୁ ହୋଟେଲ ତୋଷାଲି ସ୍ୟାଣ୍ଡ ଭାୟା ନୀଳାଚଳ ଲିଙ୍କ୍ ଓ ବାଲିଘାଟ ପର୍ଯ୍ୟନ୍ତ ଭାୟା ଗ୍ରିଡ୍ ଷ୍ଟେସନ୍ ଦାୟିତ୍ବ ଦିଆଯାଇଛି । ଜୋନ୍-୪ରେ ଥିବା ଅଧିକାରୀଙ୍କୁ ମାଳତୀପାଟପୁରଠାରୁ ଉତ୍ତରା ଛକ ଓ ଏହା ସହ ସଂଯୋଗ ରାସ୍ତାରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଛି ।
from Kanak News http://bit.ly/2WIvlbL http://bit.ly/2ZuqMDE
No comments: