ଆସନ୍ତାକାଲିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ କାଳିଆ ଶାନ୍ତ । ଅଲାରନାଥ ମନ୍ଦିରରେ ଚାଲିବ ଅଣସର ଦର୍ଶନ , ହେଲେ ଏ ପର୍ଯ୍ୟନ୍ତ ସଜାଡି ହୋଇନାହିଁ ମନ୍ଦିର Kanak News

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀମନ୍ଦିରରୁ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ପରମ୍ପରା ମୁତାବକ, ସ୍ନାନ ଯାତ୍ରା ପରେ ମହାପ୍ରଭୁ ଅଣସର ଘରେ ରହିବା ଯାଏ ଭକ୍ତ ଜନଗଣ ଶ୍ରୀଅଲାରନାଥଙ୍କ ଦର୍ଶନ କରି ପୂଣ୍ୟ ଲାଭ କରିଥାନ୍ତି। ଅଣସର ଦର୍ଶନ ପାଇଁ ଶ୍ରୀଅଲାରନାଥ ମନ୍ଦିରରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ ମନ୍ଦିର ପରିସରରେ ‘ଫନି’ ପରବର୍ତୀ ଅସଜଡ଼ା ଭିତ୍ତିଭୂମି ଏବେ ବି ସଜାଡି ହୋଇନାହିଁ। ଇତିମଧ୍ୟରେ ବାତ୍ୟାକୁ ମାସେରୁ ଅଧିକ ଦିନ ବିତିଛି। ଯଦିଓ ଏହାରି ଭିତରେ କିଛି ମରାମତି କାର୍ଯ୍ୟ ହୋଇଛି, ମନ୍ଦିର ପରିସର କିନ୍ତୁ ସଂପୂର୍ଣ୍ଣ ସ୍ବାଭାବିକ ସ୍ଥିତିକୁ ଆସିନାହିଁ।

ବଜାର ସାରା ଆବର୍ଜନା ପାଣି। ମନ୍ଦିର ପଛ ପଟେ ଯେଉଁଠି ଅଣସର ଦର୍ଶନ ବେଳେ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥାନ୍ତି, ସେଠାରେ ଆଣ୍ଠୁଏ ଲେଖା ବର୍ଷା ପାଣି ଜମି ରହୁଛି। ଶ୍ରୀଜିଉଙ୍କ ଅଣସର ଦର୍ଶନ ପାଇଁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବ। କିନ୍ତୁ ମନ୍ଦିରର ଅସଜଡ଼ା ଭିତ୍ତିଭୂମି ଏବେ କର୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଇତିମଧ୍ୟରେ ଚନ୍ଦନ ଚକଡା ସଫେଇ କାମ ଆରମ୍ଭ ହୋଇଛି। ମନ୍ଦିର ଆଗରେ ଭକ୍ତଙ୍କ ସୁବିଧା ପାଇଁ ଟେଣ୍ଟ କାମ ଚାଲିଛି। ଏହା ସହିତ ମନ୍ଦିର ଭିତରେ ଭକ୍ତଙ୍କ ପାଇଁ ଟେଣ୍ଟ ଭିଡ଼ା ହୋଇଛି। ସେହିପରି ଆନନ୍ଦ ବଜାରରେ ପ୍ରସାଦ ବିକ୍ରି ପାଇଁ ଟେଣ୍ଟ କାମ ଚାଲିଛି।
from Kanak News http://bit.ly/2wVWU7f http://bit.ly/2Xg9wEL
No comments: