ଦେବସ୍ନାନ ପୂର୍ଣ୍ଣିମାରେ କାହିଁକି ହୁଏ ଗଜାନନ ବେଶ? କଣ ରହିଛି ପୂରାଣ କଥା… Kanak News

କନକ ବ୍ୟୁରୋ : ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା  ।ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନ ବେଦୀରେ ବିଜେ କଲେଣି ଚତୁର୍ଦ୍ଧାମୂର୍ତୀ । ଦଇତାପତି ସେବାୟତ ମାନେ ଠାକୁରଙ୍କୁ ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ  । ସ୍ନାନ ମଣ୍ଡପରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରାଯାଉଛି । ନିୟମ ଅନୁସାରେ ଠାକୁରଙ୍କ ପହଣ୍ଡି ବିଜେ ପରେ ମହାସ୍ନାନ କରାଯାଇଥାଏ । ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ସୁନା କୂଅ ।  ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ତେବେ ଜାଣନ୍ତୁ କାହିଁକି ଏହି ଦିନରେ ହିଁ କେବଳ ଗଜାନନ ବା ହାତୀ ବେଶ ହୋଇଥାଏ ।
କିମ୍ବଦନ୍ତି ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମରାଠା ମହାଗାଣପତ୍ୟ ସଂପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଶ୍ରୀ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତିଙ୍କୁ ସେ ଦର୍ଶନ କଲେ ସତ ,ହେଲେ ତାଙ୍କ ମନ ବୁଝିଲା ନହିଁ । ମନେ ମନେ ସେ କହିଥିଲେ ମୁଁ ମୋର ଆରାଧ୍ୟ ଦେବତାଙ୍କ ବେଶରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲି । ହେଲେ ତାହା ହେଲା ନାହିଁ । କାରଣ ସେ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଚାହୁଁଥିଲେ । ଦୁଃଖରେ ଫେରିଯାଉଥିବା ବେଳେ ଶୂନ୍ୟବାଣୀ ହେଲା । ଏବଂ ପରେ ସେହି ଦିନଠାରୁ ହିଁ  ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇଥିଲେ । ସେହି ଦିନଠାରୁ ଶ୍ରୀ ଗଣପତି ଭଟ୍ଟଙ୍କ ‘ ଗଣପତି ବେଶ’ ସ୍ମାରକୀ ସ୍ୱରୂପ ଏହି ବେଶ ହୋଇଆସୁଛି । ମହାସ୍ନାନ ହେବା ପରେ ଠାକୁରଙ୍କ ପାଖରେ ଭୋଗ ହୋଇଥାଏ । ଏହାପରେ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଅନୁମତି ଦିଆଯାଏ । ତେବେ ଆଜି ମଧ୍ୟ ଠାକୁରଙ୍କୁ ପାଖରେ ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବାର ବିଧି ରହିଛି ।


from Kanak News http://bit.ly/2IkXbqT http://bit.ly/2XR2WBT
ଦେବସ୍ନାନ ପୂର୍ଣ୍ଣିମାରେ କାହିଁକି ହୁଏ ଗଜାନନ ବେଶ? କଣ ରହିଛି ପୂରାଣ କଥା… Kanak News ଦେବସ୍ନାନ ପୂର୍ଣ୍ଣିମାରେ କାହିଁକି ହୁଏ ଗଜାନନ ବେଶ? କଣ ରହିଛି ପୂରାଣ କଥା… Kanak News Reviewed by SUBHENDU BARAL on June 16, 2019 Rating: 5

No comments:

Powered by Blogger.