ଖାଦ୍ୟ ସାମଗ୍ରୀରେ ଏଭଳି ତତ୍ତ୍ୱ ମିଶିଥିଲେ ଭୋଗିପାରନ୍ତି ନାନାଦି କଷ୍ଟ ! ଗ୍ୟାଷ୍ଟ୍ରିକ୍ ଠାରୁ ଆରମ୍ଭ କରି ଜଣ୍ଡିସ୍ ଭଳି ହୋଇପାରେ ଅନେକ ରୋଗ । Kanak News

ଗୁଜୁରାଟ ଫୋରେନସିକ୍ ସାଇନ୍ସ ୟୁନିଭରର୍ସିଟି(ଜି ଏଫ୍ ଏସ ୟୁ) ଦ୍ୱାରା କରାଯାଇଥିବା ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି। ଏହି ଅନୁଷ୍ଠାନର ସହକାରୀ ପ୍ରଫେସର ଜୟରାଜ ସିଂହ ଓ ସରଭୈୟା ଓ ପ୍ରଜେଶ ପ୍ରଜାପତିଙ୍କ ତତ୍ତ୍ୱାବଧାନରେ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣାରେ ଖାଦ୍ୟ ଉତ୍ପାଦମାନଙ୍କରେ ଥିବା ମିକୋଟୋକ୍ସିନ୍ର ତନଖି କରାଯାଇଥିଲା। ଏଥିରେ ଛଅଟି ବ୍ରାଣ୍ଡକୁ ସାମିଲ୍ କରାଯାଇଥିଲା। ଡକ୍ଟର ପ୍ରଜାପତି କହିଛନ୍ତି ଖାଦ୍ୟ ଉତ୍ପାଦ ଭିତରେ ମିକୋଟୋକସିନ୍ ଫଙ୍ଗସମାନଙ୍କ ଜରିଆରେ ନୀରବରେ ପ୍ରବେଶ କରିଥାଏ।

ଏହି କାରଣରୁ ବିଶ୍ୱର ବିଭିନ୍ନ ଖାଦ୍ୟ ସମନ୍ଵିତ କର୍ତ୍ତୃପକ୍ଷମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଶସ୍ୟ, ଡାଲି, ମସଲା ଓ ଦୁଗ୍ଧ ଜାତୀୟ ଉତ୍ପାଦରେ ମିକୋଟୋକସିନ୍ର ସୀମିତ ଉପସ୍ଥିତ ଉପରେ ଗୁରୁତ୍ୱ ଦେଇଛନ୍ତି। ଅଧିକ ମାତ୍ରାରେ ତାହା ଥିଲେ ତାର ପ୍ରକ୍ରିୟାକରଣ କରାଯିବା ଆବଶ୍ୟକ। ଏହି ଗବେଷକମାନେ ଆହୁରି ମଧ୍ୟ ମତ ଦେଇଛନ୍ତି ଗୋମହିଷାଦି ପଶୁମାନଙ୍କୁ ଖୁଆଇବା ବେଳେ ଯେଭଳି ସେମାନଙ୍କ ଖାଦ୍ୟର ଯାଞ୍ଚ କରିବା ଦରକାର ଯେପରିକି ଦୁଗ୍ଧରେ ମିକୋଟୋକସିନ୍ର ମାତ୍ରା କମ୍ ରହିବ।ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିର୍ପୋଟ ଅନୁଯାୟୀ ଖାଦ୍ୟରେ ଏସବୁର ଠିକ୍ଭାବେ ଯାଞ୍ଚ କରା ନ ଗଲେ, ବାନ୍ତି, ଜଣ୍ଡିସ୍ ଓ ଗ୍ୟାସଷ୍ଟ୍ରିକ୍ ଓ ଜ୍ୱର ଆଦି ରୋଗ ହେବାର ଆଶଙ୍କା ରହିଛି।



from Kanak News http://bit.ly/2WJy4la http://bit.ly/31AeH1Q
ଖାଦ୍ୟ ସାମଗ୍ରୀରେ ଏଭଳି ତତ୍ତ୍ୱ ମିଶିଥିଲେ ଭୋଗିପାରନ୍ତି ନାନାଦି କଷ୍ଟ ! ଗ୍ୟାଷ୍ଟ୍ରିକ୍ ଠାରୁ ଆରମ୍ଭ କରି ଜଣ୍ଡିସ୍ ଭଳି ହୋଇପାରେ ଅନେକ ରୋଗ । Kanak News ଖାଦ୍ୟ ସାମଗ୍ରୀରେ ଏଭଳି ତତ୍ତ୍ୱ ମିଶିଥିଲେ ଭୋଗିପାରନ୍ତି ନାନାଦି କଷ୍ଟ ! ଗ୍ୟାଷ୍ଟ୍ରିକ୍ ଠାରୁ ଆରମ୍ଭ କରି ଜଣ୍ଡିସ୍ ଭଳି ହୋଇପାରେ ଅନେକ ରୋଗ । Kanak News Reviewed by SUBHENDU BARAL on June 15, 2019 Rating: 5

No comments:

Powered by Blogger.