ଆଜି ମନ୍ଦିରରେ ଲାଗିପାରେ ନୂଆ ଜୟ-ବିଜୟ ମୂର୍ତ୍ତି : ଯାଜପୁରରେ ମୂର୍ତ୍ତିକୁ ଦିଆଯାଉଛି ଶେଷ ସ୍ପର୍ଶ  Kanak News

କନକ ବ୍ୟୁରୋ : ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରୀମନ୍ଦିର ସିଂହଦ୍ୱାରର ଜୟ ବିଜୟ ମୂର୍ତ୍ତିକୁ ଆଜି ଶେଷ ସ୍ପର୍ଶ ମିଳିଛି। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶିଳ୍ପୀଗ୍ରାମ ଶୁଖୁଆପଡାର ବିଶିଷ୍ଟ ଶିଳ୍ପୀ ନିର୍ମଳ ମହାରଣା ଅତି ନିଖୁଣ ଭାବେ ମୂର୍ତ୍ତିଦ୍ବୟକୁ ନିର୍ମାଣ କରିଛନ୍ତି। ଆସନ୍ତାକାଲି ଅପରାହ୍ନରେ ଦୁଇ ମୂର୍ତ୍ତି ପୁରୀ ଅଭିମୁଖେ ବାହାରିବ। ସେଠାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାରରେ ଦୁଇ ମୂର୍ତ୍ତିକୁ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଜୟ ବିଜୟ ମୂର୍ତ୍ତିଦ୍ବୟ ଖଣ୍ଡଲାଇଟ୍ ପଥରରେ ନିର୍ମାଣ କରାଯାଇଛି। ମୂର୍ତ୍ତିର ଉଚ୍ଚତା ପାଞ୍ଚଫୁଟ ୧୦ ଇଞ୍ଚ ଥିବା ବେଳେ ଓସାର ତିନି ଫୁଟ୍ ରହିଛି। ତେବେ ସିଂହଦ୍ବାର ପାଇଁ ଏହି ଦୁଇ ଦୁର୍ଲଭ ମୂର୍ତ୍ତି ନିର୍ମାଣ କରୁଥିବା ଶ୍ରୀ ମହାରଣା ନିର୍ମାଣ ବେଳର କିଛି ଅନୁଭୂତି ବଖାଣିଛନ୍ତି। ତାଙ୍କ କହିବା କଥା ଶ୍ରୀମନ୍ଦିରର ପୂର୍ବରୁ ସେ ଅନେକ କାମ କରିଛନ୍ତି। ଗର୍ଭଗୃହ, କଳାହାଟ ଦ୍ବାର ନିର୍ମାଣ ବେଳେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ଏଏସଆଇ ପକ୍ଷରୁ ତାଙ୍କୁ ସବୁବେଳେ ନିର୍ମାଣ ସୁଯୋଗ ଦିଆଯାଇଥାଏ। ସବୁଠୁ ଅଲୌକିକ ଅନୁଭୂତି ସେ ଜୟ ବିଜୟ ମୂର୍ତ୍ତି ନିର୍ମାଣ ବେଳେ ହୋଇଥିବା କହିଛନ୍ତି। ଗତ ଦୁଇ ବର୍ଷ ହେବ ସ୍ଥାନୀୟ ଏକ ପାହାଡରୁ ସଂଗ୍ରହ ହୋଇଥିବା ଦୁଇଟି ଖଣ୍ଡଲାଇଟ୍ ପଥର ସେ ଆଣିଥିଲେ। ତେବେ ସେହି ପଥର ଦୁଇଟି ସେମିତି ପଡି ରହିଥିଲା। ଏଥିପାଇଁ ବରାଦ କାମ ଆସିଥିଲେ ବି ସଂଯୋଗବଶତଃ କୌଣସି କାମ ହୋଇପାରୁନଥିଲା। ଅଗ୍ରୀମ ଥିଲେ ବି ସେ ଦୁଇ ପଥର ବ୍ୟବହାର ହୋଇପାରିନଥିଲା। ଦୁଇବର୍ଷ ହେବ ସେମିତି ପଥର ଦୁଇଟି ପଡି ରହିଥିଲା। ତେବେ ଗତ ମେ ୩ ତାରିଖ ଫନି ବାତ୍ୟାରେ ସିଂହଦ୍ବାରରେ ଶୋଭାପାଉଥିବା ଜୟ ମୂର୍ତ୍ତି ଭାଙ୍ଗିଯିବା ପରେ ଏଏସଆଇ ପକ୍ଷରୁ ଗତ ମେ ୨୫ ତାରିଖରେ ତାଙ୍କୁ ଜୟ ବିଜୟ ମୂର୍ତ୍ତି ନିର୍ମାଣ କରିବାକୁ କୁହାଯାଇଥିଲା। ତେବେ ଯାହା ତାଙ୍କୁ କୁହାଯାଇଥିଲା, ଏହି ଦୁଇ ପଥର ହିଁ ଉପଯୁକ୍ତ ବୋଲି ସେ ଜାଣିବାକୁ ପାଇଥିଲେ। ସେତେବେଳେ ଅନୁଭବ ହୋଇଥିଲା କାହିଁକି ଦୁଇ ବର୍ଷ ହେବ ଏ ପଥର ଦୁଇଟି ସେମିତି ପଡି ରହିଥିଲା। ମହାପ୍ରଭୁଙ୍କ ପୂର୍ବ ବରାଦ ଥିଲା ବୋଲି ଶ୍ରୀ ମହାରଣା ଭାବବିହ୍ବଳ ହୋଇପଡିଥିଲେ। ସେହିଦିନ ଠାରୁ ସେ ନିଷ୍ଠାର ସହିତ ଏହି ଦୁଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଛନ୍ତି। ମହାପ୍ରଭୁଙ୍କ ସେବା ତାଙ୍କୁ ଏ ପ୍ରକାର ସୁଯୋଗ ମିଳିଥିବାରୁ ସେ ଖୁସିଥିବା କହିଛନ୍ତି।



from Kanak News http://bit.ly/2MRyy9l http://bit.ly/2WRx4Ri

ଆଜି ମନ୍ଦିରରେ ଲାଗିପାରେ ନୂଆ ଜୟ-ବିଜୟ ମୂର୍ତ୍ତି : ଯାଜପୁରରେ ମୂର୍ତ୍ତିକୁ ଦିଆଯାଉଛି ଶେଷ ସ୍ପର୍ଶ  Kanak News ଆଜି ମନ୍ଦିରରେ ଲାଗିପାରେ ନୂଆ ଜୟ-ବିଜୟ ମୂର୍ତ୍ତି : ଯାଜପୁରରେ ମୂର୍ତ୍ତିକୁ ଦିଆଯାଉଛି ଶେଷ ସ୍ପର୍ଶ  Kanak News Reviewed by SUBHENDU BARAL on June 15, 2019 Rating: 5

No comments:

Powered by Blogger.