ରାଜସ୍ଥାନର ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୯ ବିଜେତା : ଅନୁକୃତି ଭାସ୍ ପିନ୍ଧାଇଲେ ମିସ୍ ଇଣ୍ଡିଆ ମୁକୁଟ Kanak News

ରାଜସ୍ଥାନର ସୁମନ ରାଓ ମିସ୍ ଇଣ୍ଡିଆ ୨୦୧୯ ବିଜୟିନୀ ଘୋଷିତ ହୋଇଛନ୍ତି। ୨୦୧୮ ମିସ୍ ଇଣ୍ଡିଆ ତାମିଲନାଡୁ ବାସିନୀ ଅନୁକୃତି ବାସ୍ ସୁମନ ରାଓଙ୍କୁ ଉତ୍ତରାଧିକାରୀ ମୁକୁଟ ପିନ୍ଧାଇଥିଲେ। ଗତ ବର୍ଷର ଫାଷ୍ଟ ରନର୍ ଅପ୍ ବା ମିସ୍ ଗ୍ରାଣ୍ଡ ଇଣ୍ଡିଆ ହରିୟାଣାର ମୀନାକ୍ଷି ଚୌଧୁରୀ ମଧ୍ୟ ତାଙ୍କର ଉତ୍ତରାଧିକାରିଣୀ ମୁକୁଟ ପିନ୍ଧାଇଥିଲେ।
ବିହାରର ଶ୍ରେୟା ଶଙ୍କରଙ୍କୁ ୨୦୧୯ ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଣ୍ଟସ୍ ଏବଂ ଛତିଗଡ଼ର ଶିବାନୀ ଯାଦବଙ୍କୁ ୨୦୧୯ ମିସ୍ ଗ୍ରାଣ୍ଡ ଇଣ୍ଡିଆ ଭାବେ ମୁକୁଟ ପରିଧାନ କରାଯାଇଛି। ସେ ମଧ୍ୟ ପ୍ରଥମ ରନର୍ ଅପ୍ ହୋଇଛନ୍ତି। ପ୍ରଯୋଜକ କରଣ ଜୋହର୍ ଓ ମନୀଷ ପଲଙ୍କ ଆୟୋଜିତ ତଥା ବଲିଉଡର ହିଟ୍ ଗୀତର ତାଳେ ତାଳେ କାଟ୍ରିନା କୈଫ୍ ଏବଂ ଭିକ୍କି କୌଶଲଙ୍କ ନୃତ୍ୟ ମିସ୍ ଇଣ୍ଡିଆ ୨୦୧୯ ସୁନ୍ଦରୀ ପ୍ରତିଯୋଗିତାକୁ କରିଥିଲା ତାରକାମଣ୍ଡିତ। ପୁଣି ସେଥିରେ ଯୋଗ ଦେଇଥିଲେ ମିସ୍ ୱାଲର୍ଡ ୨୦୧୭ ମାନୁଷୀ ଛିଲ୍ଲାର୍। ମୁକୁଟ ପାଇଁ ବିଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରି ୩୦ ଜଣ ସୁନ୍ଦରୀ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
from Kanak News http://bit.ly/2KYvt4C http://bit.ly/2wWsvWd

No comments: