ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣମୀ : ସ୍ନାନବେଦୀରେ ଦର୍ଶନ ଦେବେ ଶ୍ରୀଜିଉ, ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ଲାଗି ହେଲା ସେନାପଟା
ପୁରୀ ୧୬/୬: ଆଜି ମହାପ୍ରଭୁଙ୍କୁ ସେନାପଟା ଲାଗି । ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସେନାପଟା ଲାଗି କରିଛନ୍ତି ଦଇତାପତି ସେବାୟତ । ବଉଳ କାଠରେ ପ୍ରସ୍ତୁତ ସେନାପଟା ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତି କାଲି ସ୍ନାନମଣ୍ଡପକୁ ବିଜେ କରିବେ ।
ଆଜି ଭୋର ୫ଟାରେ କୋଠ ସୁଆଁସିଆ ବାହାରିବା ପରେ ସାଢ଼େ ୫ଟାରେ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିର ପ୍ରବେଶ କରଥିଲେ । ସାଢ଼େ ୧୦ଟା ସୁଦ୍ଧା ସେନାପଟା ଲାଗି ନୀତି ଶେଷ ହେବ । ପରେ ପୂର୍ବାହ୍ଣ ୧୧ଟାରୁ ରାତି ୧ଟା ପର୍ଯ୍ୟନ୍ତ ଚାଲିବ ଶ୍ରୀଜିଉଙ୍କ ନୀତିକାନ୍ତି.
from News7 http://bit.ly/2KlPJxY
ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣମୀ : ସ୍ନାନବେଦୀରେ ଦର୍ଶନ ଦେବେ ଶ୍ରୀଜିଉ, ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ଲାଗି ହେଲା ସେନାପଟା
Reviewed by SUBHENDU BARAL
on
June 15, 2019
Rating:
No comments: