ଚାରିଆଡୁ ବିଫଳ ହେବାରୁ ଭାରତ ଉପରେ ପାକିସ୍ତାନ ଲଗାଇଲା ନୂଆ ଅଭିଯୋଗ ରାଜନୀତି ! କହିଲା, ଭାରତ ପାକ୍ କୁ ଆସୁଥିବା ୨୦୦ ଶିଖ୍ ଯାତ୍ରୀଙ୍କ ଟ୍ରେନକୁ ରୋକିଲା । Kanak News

ଚାରିଆଡୁ ହାରିଯିବା ପରେ ପାକିସ୍ତାନ ପୁଣିଥରେ ଏବେ ଭାରତ ଉପରେ ଅଭିଯୋଗ ଲଗାଇବାର ଖେଳ ଆରମ୍ଭ କରିଦେଇଛି । ପାକିସ୍ତାନ ଭାରତ ଉପରେ ଅଭିଯୋଗ ଲଗାଇ କହିଛି ଯେ ଜୋର୍ ମେଳା ଉତ୍ସବ ଦେଖିବାକୁ ଆସୁଥିବା ୨୦୦ ଶିଖ୍ ଯାତ୍ରୀଙ୍କ ଟ୍ରେନ୍ କୁ ଭାରତ ସୀମାରେ ଆଗକୁ ଯିବାକୁ ଅନୁମତି ମିଳିନାହିଁ । ଇୱେକ୍ୟୁଇ ଟ୍ରଷ୍ଟ୍ ସମ୍ପତି ବୋର୍ଡର ପ୍ରବକ୍ତା ଆମିର୍ ହାଶମୀ କହିଛନ୍ତି ଯେ ପାକ୍ ୨୦୦ ଶିଖ୍ ଯାତ୍ରୀଙ୍କୁ ଜୋର୍ ମେଳା ଉତ୍ସବରେ ଯୋଗ ଦେବା ପାଇଁ ଭିସା ଜାରୀ କରିଥିଲା । ଏହି ଯାତ୍ରୀମାନଙ୍କୁ ପାକ୍ ଟ୍ରେନ୍ ନେଇ ଶୁକ୍ରବାର ଲାହୋରରେ ପହଂଚିଥାନ୍ତା । କିନ୍ତୁ ଭାରତ ସରକାର ଏହି ଟ୍ରେନକୁ ରୋକିବା କଥା ଏବେ ପାକିସ୍ତାନ କହୁଛି ।

ଭାରତ କହିନି ମନା କରିବାର କାରଣ :

ହାଶମୀ କହିଛନ୍ତି ଭାରତ ଟ୍ରେନ୍ ରୋକିବାର କୌଣସି କାରଣ ଦେଇନାହିଁ । ସେ କହିଛନ୍ତି ଆମେ ଲଗାତାର ଭାରତୀୟ ଅଧିକାରୀଙ୍କ ସଂପର୍କରେ ଥିଲୁ କିନ୍ତୁ ସେ ଟ୍ରେନ୍ କୁ ସୀମା ପାର୍ କରିବା ପାଇଁ ମନା କରିଦେଇଥିଲେ ଏବଂ କାରଣ ପଚରାଯିବାରୁ ଉତ୍ତର ଦେଇନଥିଲେ । ହାଶମୀ କହିଛନ୍ତି ଯେ ଆମେ ଏହାର ବିରୋଧ କରୁଛୁ ଏବଂ ଏହି ବିଷୟକୁ ଏବେ ସରକାରୀ ସ୍ତରରେ ପ୍ରଶ୍ନ ଉଠାଯିବ ।



from Kanak News http://bit.ly/31vWK4o http://bit.ly/2IHFxMY
ଚାରିଆଡୁ ବିଫଳ ହେବାରୁ ଭାରତ ଉପରେ ପାକିସ୍ତାନ ଲଗାଇଲା ନୂଆ ଅଭିଯୋଗ ରାଜନୀତି ! କହିଲା, ଭାରତ ପାକ୍ କୁ ଆସୁଥିବା ୨୦୦ ଶିଖ୍ ଯାତ୍ରୀଙ୍କ ଟ୍ରେନକୁ ରୋକିଲା । Kanak News ଚାରିଆଡୁ ବିଫଳ ହେବାରୁ ଭାରତ ଉପରେ ପାକିସ୍ତାନ ଲଗାଇଲା ନୂଆ ଅଭିଯୋଗ ରାଜନୀତି ! କହିଲା, ଭାରତ ପାକ୍ କୁ ଆସୁଥିବା ୨୦୦ ଶିଖ୍ ଯାତ୍ରୀଙ୍କ ଟ୍ରେନକୁ ରୋକିଲା । Kanak News Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.