ସୁନ୍ଦରଗଡ଼: ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ସୁନ୍ଦରଗଡ଼ ସହରର ପ୍ରାୟ ୮ଟି କୋଚିଂ ସେଣ୍ଟର ଏବଂ ୩ଟି ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି।
ଚଢ଼ାଉ ସମୟରେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। ସମସ୍ତ କୋଚିଂ ସେଣ୍ଟର ମାଲିକଙ୍କୁ ତାଗିଦ କରିବା ସହ ଯଥା ଶୀଘ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ଏବଂ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସହରର ୩ଟି ପେଟ୍ରୋଲ ପମ୍ପରେ ମଧ୍ୟ ଅନୁରୁପ ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ସହକାରୀ ଅଗ୍ନିଶମ ଅଧିକାରୀ କହିଛନ୍ତି,“ସମସ୍ତ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରାଯିବ। ଏଥିସହ ଏସବୁ ପେଟ୍ରୋଲ ପମ୍ପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ।”
ଅନ୍ୟପକ୍ଷେ, ରାଉରକେଲା ସହରର ବିଭିନ୍ନ କୋଚିଂ ସେଣ୍ଟରକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ସହରରେ ଅଗ୍ନି ନିରାପତ୍ତାର ଯାଞ୍ଚ ପାଇଁ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ କଟକରୁ ଆସିବା ପରେ ଶନିବାର ରାଉରକେଲାର ବିଭିନ୍ନ କୋଚିଂ ସେଣ୍ଟର ଯାଞ୍ଚ କରାଯିବ। ତେବେ ଅଗ୍ନିଶମ ବିଭାଗର ନୋଟିସ ପାଇବା ପରେ ସହରର ବିଭିନ୍ନ କୋଚିଂ ସେଣ୍ଟର ମାଲିକ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଉଥିବା ଜଣାପଡ଼ିଛି।
from OTV Khabar http://bit.ly/30N0nT8
No comments: