ଏଥର ହତାଶ କରିବ ମୌସୁମୀ. ଜୁନରେ କମ୍ ବର୍ଷିବ Minati Mishra

ନୂଆଦିଲ୍ଲୀ: ଧୁ ଧୁ ଖରାରେ ସିଝୁଛି ସାରା ଦେଶ। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ,  ଆଉ କିଛି ଦିନ ପରେ ସ୍ଥଳଭାଗ ଛୁଇଁବ ମୌସୁମୀ । ହେଲେ ଏଥର ଗ୍ରୀଷ୍ମଜନିତ କଷ୍ଟରୁ ନିସ୍ତାର ଦେଇପାରିବ ନାହିଁ ମୌସୁମୀ। କାରଣ ଏଥର ଜୁନ୍‌ରେ କମ୍‌ ବର୍ଷା ହେବ। ଏମିତି ଆକଳନ କରିଛନ୍ତି ସ୍କାଏମେଟର ପାଣିପାଗ ବିଶେଷଜ୍ଞ ଜେପି ଶର୍ମା।

ଜୁନ ଓ ଜୁଲାଇ ମାସରେ ମୌସୁମୀ ସକ୍ରିୟ ରହିବ ବୋଲି ଜଣାପଡ଼ିଛି। ତେବେ ଜୁନରେ ଆବଶ୍ୟକତାରୁ ବହୁତ କମ୍ ବର୍ଷା ହେବ।  କିନ୍ତୁ ମୌସୁମୀର ପ୍ରଭାବ ଉତ୍ତର-ପୂର୍ବ ଭାରତରେ ଅଧିକ ରହିବ ବୋଲି ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ଓ ଝାରଖଣ୍ଡର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଆବଶ୍ୟକତାରୁ ୨୩ ପ୍ରତିଶତ କମ୍ ପ୍ରାକ ମୌସୁମୀ ବର୍ଷା ହୋଇଥିବା ଜଣାପଡ଼ିଛି। ମୁଖ୍ୟତଃ ହିନ୍ଦୀ ହାର୍ଟଲ୍ୟାଣ୍ଡ ଓ ଦକ୍ଷିଣ ଭାରତରେ ୭୦ରୁ ୮୦ ପ୍ରତିଶତ ସ୍ଥାନ ଶୁଖିଲା ରହିଥିବା  ଜଣାପଡ଼ିଛି।

ମେ’ ୧୮ ରେ ମୌସୁମୀ ଆଣ୍ଡାମାନ ଛୁଇଁଥିଲା କିନ୍ତୁ ପରେ ଦକ୍ଷିଣ–ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିବା ଜଣାପଡ଼ିଛି। ପୁଣି ଥରେ ଜୁନ ୧ରେ ମୌସୁମୀ ସକ୍ରିୟ ହେବ ବୋଲି ଆକଳନ କରାଯାଇଛି।



from OTV Khabar http://bit.ly/2W0z83X
ଏଥର ହତାଶ କରିବ ମୌସୁମୀ. ଜୁନରେ କମ୍ ବର୍ଷିବ Minati Mishra ଏଥର ହତାଶ କରିବ ମୌସୁମୀ. ଜୁନରେ କମ୍ ବର୍ଷିବ Minati Mishra Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.