ରାଜ୍ୟରେ ପରାଜୟର ଆତ୍ମମନ୍ଥନ କଲା କଂଗ୍ରେସ Pradesh Pratyush

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆଜି କଂଗ୍ରେସ ଭବନରେ ଦଳର ନେତା ପରାଜୟର କାରଣ ଖୋଜିବା ସହ ନିର୍ବାଚନୀ ଫଳାଫଳର ସମୀକ୍ଷା କରିଛନ୍ତି। ପ୍ରଥମଥର ପାଇଁ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିବାରୁ ଦଳର ବରିଷ୍ଠ ନେତାମାନେ ଉଦବେଗ ପ୍ରକାଶ କରିବା ସହ ବ୍ୟାପକ ପୁନର୍ଗଠନ ଓ ଅତିକମରେ ୩୦ ପ୍ରତିଶତ ଭୋଟ୍ ଶେୟାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ବରିଷ୍ଠ ନେତା ଟିଏସ୍ ସିଂହଦେଓ ଆଜି ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରି ନିର୍ବାଚନ ପରାଜୟର କାରଣ ଖୋଜିଥିଲେ। ଏହାସହିତ ଆଗାମୀ ଦିନରେ ପିସିସିରେ ବ୍ୟାପକ ପୁନର୍ଗଠନ ହେବ ବୋଲି ସୂଚନା ଦେଇଥିଲେ। ଦଳ ପକ୍ଷରୁ ପରାଜୟର କାରଣ ଖୋଜିବା ପାଇଁ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ୨୧ଜଣିଆ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରିପୋର୍ଟ ମିଳିବା ପରେ ଦଳ ପକ୍ଷରୁ ଆବଶ୍ୟକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଦଳର ବରିଷ୍ଠ ନେତା ତଥା ସହପ୍ରଭାରୀ ଟିଏସ୍ ସିଂହଦେଓ କହିଛନ୍ତି ଯେ ଏବେ ରାଜ୍ୟରେ ଦଳର ଭୋଟହାର ୧୬ ପ୍ରତିଶତକୁ ଖସିଆସିଛି। ଏହାକୁ ପ୍ରଥମେ ୩୦ ପ୍ରତିଶତରେ ପଞ୍ଚାଇବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଦଳର ବରିଷ୍ଠ ନେତା ଭକ୍ତ ଦାସ ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ ତ୍ରୁଟିପୂର୍ଣ୍ଣ ପ୍ରାର୍ଥୀ ଚୟନକୁ ଦାୟୀ କରିଛନ୍ତି । କଂଗ୍ରେସ ଜାଣିଶୁଣି ନିଜ ସ୍ଥାନ ତଳକୁ ଖସାଇ ଦେଇଛି । କଂଗ୍ରେସର ବିପର୍ଯ୍ୟୟ ଯୋଗୁ ବିଜେପି ରାଜ୍ୟରେ ବଢ଼ିଛି । ୨୦୧୯ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ରାଜ୍ୟର ଭୋଟରଙ୍କୁ କୃତଜ୍ଞତା ଜଣାଇବାକୁ ଦଳ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇ ନୂଆ କମିଟି ଗଠନ କରାଯାଉ। ଯୁବ ଓ ନୂଆ ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇ ସଂଗଠନକୁ ସୁଦୃଢ଼ କରିବା କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।



from OTV Khabar http://bit.ly/2MlYc5O
ରାଜ୍ୟରେ ପରାଜୟର ଆତ୍ମମନ୍ଥନ କଲା କଂଗ୍ରେସ Pradesh Pratyush ରାଜ୍ୟରେ ପରାଜୟର ଆତ୍ମମନ୍ଥନ କଲା କଂଗ୍ରେସ Pradesh Pratyush Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.