ମୋଦିଙ୍କ ଟିମ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ Pradesh Pratyush

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହିନ୍ଦୀ ଭାଷାରେ ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ମୋଦିଙ୍କ ପରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ୨୫ ଜଣ ସାଂସଦ ଶପଥ ନେଇଥିଲେ। ମୋଦିଙ୍କ କ୍ୟାବିନେଟ୍‌ରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଛନ୍ତି। ଧର୍ମେନ୍ଦ୍ର ପ୍ରଥମେ ବିହାରରୁ ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି।

ମୋଦିଙ୍କ ପରେ ପ୍ରଥମେ ରାଜନାଥ ସିଂହ, ଅମିତ ଶାହ, ନୀତୀନ ଗଡ଼କରୀ, ଡିଭି ସଦାନନ୍ଦ ଗୌଡ଼ା, ନିର୍ମଳା ସୀତାରମଣ, ଏଲଜେପିର ରାମ ବିଲାସ ପାଶ୍ୱାନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ଶିରୋମଣି ଅକାଳୀ ଦଳର ହର୍ସିମିରତ କୌର ବାଦଲ, ଥୱରଚାନ୍ଦ ଗେହଲଟ, ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶାଙ୍କ, ଅର୍ଜୁନ ମୁଣ୍ଡା, ସ୍ମୃତି ଇରାନୀ, ଡ. ହର୍ଷବର୍ଦ୍ଧନ, ପ୍ରକାଶ ଜାଭଡ଼େକର, ପୀୟୂଷ ଗୋଏଲ,  ଧର୍ମେନ୍ଦ୍ର ପ୍ରଧାନ, ମୁକ୍ତାର ଆବ୍ବାସ ନକଭୀ, ପ୍ରହ୍ଲାଦ ଯୋଶୀ, ଡ. ମହେନ୍ଦ୍ର ନାଥ ପାଣ୍ଡେ, ଶିବସେନାର ଅରବିନ୍ଦ ସାୱନ୍ତ, ଗିରିରାଜ ସିଂହ ଓ ଶେଷରେ ଗଜେନ୍ଦ୍ର ସିଂହ ଶେଖାୱତ ଶପଥ ନେଇଥିଲେ।



from OTV Khabar http://bit.ly/2XalQDn
ମୋଦିଙ୍କ ଟିମ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ Pradesh Pratyush ମୋଦିଙ୍କ ଟିମ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ Pradesh Pratyush Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.