ନୂଆଦିଲ୍ଲୀ : ମୋଦି-୨ ସରକାରରେ ମନ୍ତ୍ରୀ ପଦ ପାଇ ନଥିବା ମାନେକା ଗାନ୍ଧିଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ କାର୍ଯ୍ୟ କରିବେ। ୬୨ ବର୍ଷୀୟ ଶ୍ରୀମତି ଗାନ୍ଧି ବିଜେପିର ହେଭିୱେଟ୍ ନେତାଙ୍କ ମଧ୍ୟରୁ ଜଣେ।
ସେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇଛନ୍ତି। ୨୦୧୪ ମୋଦି ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଥିଲେ। ଅସ୍ଥାୟୀ ବାଚସ୍ପତି ଭାବେ ଶ୍ରୀମତି ଗାନ୍ଧି ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ନୂଆ ବାଚସ୍ପତି ଓ ଉପ ବାଚସ୍ପତି ନିଯୁକ୍ତ ହେବା ଯାଏ, ମାନେକା ଲୋକସଭାରେ ବାଚସ୍ପତି ଭୂମିକାରେ ରହିବେ।
from OTV Khabar http://bit.ly/2HN41oN
ଅସ୍ଥାୟୀ ବାଚସ୍ପତି ହେବେ ମାନେକା ଗାନ୍ଧି Pradesh Pratyush
Reviewed by SUBHENDU BARAL
on
May 30, 2019
Rating:
No comments: