ଚିନ୍ତା ବଢ଼ାଇଲା ବେକାରୀ ସମସ୍ୟା : ୪୫ ବର୍ଷରେ ଦେଶରେ ବେକାରୀ ହାର ସର୍ବାଧିକ, ୨୦୧୭-୧୮ରେ ହେଲା ୬.୧% Kanak News

ମୋଦି ସରକାରଙ୍କ ଶପଥ ଗ୍ରହଣ ପରେ ଦେଶରେ ବେକାରୀକୁ ନେଇ ଯେଉଁ ଆକଳନ ସାମନାକୁ ଆସିଛି , ତାହା ସରକାରର ଚିନ୍ତା ବଢ଼ାଇପାରୋ ଚଳିତ ବର୍ଷ ଜାନୁଆରି ମାସରେ ଲିକ୍ ହୋଇଥିବା ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ)ର ବେକାରୀ ହାର ରିପୋର୍ଟ ସତ ହୋଇଛି। ନିର୍ବାଚନ ପୂର୍ବରୁ ସରକାର ଏହି ରିପୋର୍ଟକୁ ମାନିବାକୁ ରାଜି ନଥିଲେ। କିନ୍ତୁ ନିର୍ବାଚନ ପରେ ପ୍ରକାଶ ପାଇଥିବା ରିପୋର୍ଟରେ ବେକାରୀ ତଥ୍ୟ ସମାନ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ବେକାରୀ ହାର ୬.୧ ପ୍ରତିଶତ ରହିଛି। ଏହା ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ। ୧୯୭୨-୭୩ ପରଠାରୁ ବେକାରି ହାର କେବେ ବି ଏତେ ଅଧିକ ନଥିଲା। ଦେଶର ସହରାଞ୍ଚଳରେ ବେକାରି ହାର ୭.୮ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୫.୩ ପ୍ରତିଶତ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ପାଇଁ ଶପଥ ନେବାର ପରଦିନ ଏବଂ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନର ପ୍ରଥମ ଦିନ ଏନଏସଏସଓ ଏହି ରିପୋର୍ଟ ପ୍ରକାଶ କରିଛି। ବର୍ଦ୍ଧିତ ବେକାରୀ ହାର ଏବଂ କୃଷି ସାମଗ୍ରୀର ଉପଯୁକ୍ତ ମୂଲ୍ୟ କୃଷକଙ୍କୁ ମିଳୁନଥିଲେ ମଧ୍ୟ ଗତ ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ଗୁଡ଼ିକ ବିପୁଳ ବିଜୟ ହାସଲ କରି ସରକାର ଗଠନ କରିବାରେ ସଫଳ ହୋଇଛନ୍ତି। ବେକାରୀ ହାର ସମ୍ପର୍କିତ ଅତୀତର ତଥ୍ୟ ଦେବାକୁ ସରକାର ମନା କରିଦେଇଛନ୍ତି। ଦେଶର ମୁଖ୍ୟ ପରିସଂଖ୍ୟାନବିତ୍ ପ୍ରବୀଣ ଶ୍ରୀବାସ୍ତବ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ରିପୋର୍ଟ ନୂଆ ଡିଜାଇନ ଏବଂ ନୂଆ ମେଟ୍ରିକକୁ ନେଇ ପ୍ରସ୍ତୁତ ହୋଇଛି। ତେଣୁ ଅତୀତର ତଥ୍ୟ ସହିତ ଏହାକୁ ତୂଳନା କରିବା ଠିକ୍ ହେବନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ପାଇଁ ବେକାରି ହାର ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଚାକିରି ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। କିନ୍ତୁ ବିମୁଦ୍ରୀକରଣ ଏବଂ ଜିଏସଟି ପରେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କ ଚାକିରୀ ଚାଲିଯାଇଛି।



from Kanak News http://bit.ly/2KepqIY http://bit.ly/2Wwi4qZ
ଚିନ୍ତା ବଢ଼ାଇଲା ବେକାରୀ ସମସ୍ୟା : ୪୫ ବର୍ଷରେ ଦେଶରେ ବେକାରୀ ହାର ସର୍ବାଧିକ, ୨୦୧୭-୧୮ରେ ହେଲା ୬.୧% Kanak News ଚିନ୍ତା ବଢ଼ାଇଲା ବେକାରୀ ସମସ୍ୟା : ୪୫ ବର୍ଷରେ ଦେଶରେ ବେକାରୀ ହାର ସର୍ବାଧିକ, ୨୦୧୭-୧୮ରେ ହେଲା ୬.୧% Kanak News Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.