ରଜ ସରିଲେ ଆସିବ ମୌସୁମୀ! Rajalaxmi Sahoo

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ଚାଷୀକୁଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ କେବେ ପହଞ୍ଚିବ, ତାକୁ ନେଇ ସସପେନ୍ସ ଜାରି ରହିଛି। ଆସନ୍ତା ୬ ତାରିଖରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ କହୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କହିଛି। ଏଥିରେ ଗୋଟିଏ ବା ଦୁଇଦିନ ଆଗ ପଛ ମଧ୍ୟ ହୋଇପାରେ ବୋଲି ସଂସ୍ଥା ଅନୁମାନ କରିଛି।

ଅନ୍ୟପକ୍ଷରେ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥାଏ। ଯଦି କେରଳରେ ଏହା ୬ କିମ୍ବା ୭ରେ ପ୍ରବେଶ କରିବ, ତା’ହେଲେ ରଜ ପରେ ଯାଇ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ପୂର୍ବରୁ ସ୍କାଏମେଟ୍‌ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି କହିଥିଲା। କିନ୍ତୁ ମେ’ ୧୮ରେ ଆଣ୍ଡାମାନ ଛୁଇଁଥିବା ମୌସୁମୀ ପ୍ରତିକୂଳ ପରିସ୍ଥିତି ଯୋଗୁ ଆଗକୁ ବଢ଼ି ପାରି ନଥିଲା। କିନ୍ତୁ ଏବେ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୁଳ ପାଗ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତା ୭ ତାରିଖ ସୁଦ୍ଧା କେରଳରେ ନିଜର ଉପସ୍ଥିତି ଜାହିର କରିବ ବୋଲି ସ୍କାଏମେଟ୍‌ର ବରିଷ୍ଠ ପାଣିଗାଗ ବିଶେଷଜ୍ଞ ଏଭିଏମ ଜିପି ଶର୍ମା କହିଛନ୍ତି। ସେ କହିଛନ୍ତି, “ଆମେ ଆକଳନ କରିଥିଲୁ ଯେ ମୌସୁମୀ ମେ’ ୨୦ରେ ଆଣ୍ଡାମାନ ପହଞ୍ଚିବ।

କିନ୍ତୁ ଏହା ଦୁଇ ଦିନ ଆଗରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚି ଯାଇଥିଲା। କିନ୍ତୁ ଏହାପରେ ମୌସୁମୀ ଧିମା ହୋଇ ଯାଇଥିଲା। ମେ’ ୨୭ ପରେ ମୌସୁମୀ ପୁଣି ସକ୍ରିୟ ହୋଇଛି ଏବଂ ଏହା ଆଣ୍ଡାମାନର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରିଛି। ୩୦ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗର ଓ ପୋର୍ଟ ବ୍ଲେୟାର ଅଞ୍ଚଳକୁ ଛୁଇଁଛି। ତେଣୁ ଜୁନ୍‌ ୭ ସୁଦ୍ଧା ଏହା କେରଳରେ ପ୍ରବେଶ କରିବ ବୋଲି ଆମେ କହୁଛୁ।”

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ  “ମେ’ ୧୮ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁ ଏହା ଆଗକୁ ବଢ଼ି ପାରି ନଥିଲା। ତେବେ ଆସନ୍ତା ୨ରୁ ୩ ଦିନ ହେଲା ମୌସୁମୀ ପୁଣି ସକ୍ରିୟ ହେବାରେ ଲାଗିଛି। ଏବେ ମୌସୁମୀ ଆଣ୍ଡାମାନରେ ରହିଛି। ମୌସୁମୀ ଆସିବାରେ ବିଳମ୍ବ ହେଉଥିଲେ ଏଥର ସ୍ୱାଭାବିକ ବୃଷ୍ଟି ପାତ ହେବ। ଜୁନ୍‌ରୁ ସେପ୍ଟେମ୍ବର ଯାଏ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି।”



from OTV Khabar http://bit.ly/2Z1wYTo
ରଜ ସରିଲେ ଆସିବ ମୌସୁମୀ! Rajalaxmi Sahoo ରଜ ସରିଲେ ଆସିବ ମୌସୁମୀ! Rajalaxmi Sahoo Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.