ହାଇକୋର୍ଟଙ୍କ ବଡ ନିଷ୍ପତ୍ତି ! ଲିଙ୍ଗ ପରିବର୍ତ୍ତନ କରିଥିବା ପୁରୁଷଙ୍କୁ ମହିଳା ଏବଂ ମହିଳାଙ୍କୁ ପୁରୁଷ ବିଚାର କରାଯିବ ।  Kanak News

ହାଇକୋର୍ଟ ତରଫରୁ ପ୍ରଦେଶ ସରକାରଙ୍କୁ କୁହାଯାଇଛି ଯେ ଲିଙ୍ଗ ପରିବର୍ତ୍ତନ କରି ମହିଳା ପାଲଟିଥିବା ଜଣେ ପୁରୁଷଙ୍କୁ ମହିଳାଙ୍କ ନଜରରେ ହିଁ ଦେଖାଯିବ । ଶୁକ୍ରବାର ହାଇକୋର୍ଟ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଟଦ୍ୱାର ସହ ସମ୍ବନ୍ଧୀତ ଏହି ମାମଲାରେ ଜଣେ ମହିଳା ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହି ଯାଚିକା ମୁତାବକ , ମହିଳା ନିଜ ଭାବିସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କିନ୍ତୁ ପୋଲିସ୍ ଏହି କେସରେ ଅପ୍ରାକୃତିିକ ଯୌନ ଶୋଷଣର ମାମଲା ଦାଖଲ କରିଥିଲେ ।ଘଟଣାଟି ଉତ୍ତରାଖଣ୍ଡର ।

ଯାଚିକା ଅନୁସାରେ କୋର୍ଟରେ ସୁପ୍ରିମକୋର୍ଟର ନାଲସା ବନାମ ୟୁନିୟନ୍ ଅଫ୍ ଇଣ୍ଡିଆର ନିର୍ଣ୍ଣୟ କଥା କହି ସ୍ପଷ୍ଟ କରିଥିଲେ ଯେ ଯେଉଁ ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଥିବେ ତାଙ୍କୁ ମହିଳା ବିଚାର କରାଯିବ ଏବଂ ଯେଉଁ ମହିଳା ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଥିବେ ତାଙ୍କୁ ପୁରୁଷ ବିଚାର କରାଯିବ । ତେବେ ପୋଲିସ୍ ଉକ୍ତ ମହିଳାଙ୍କୁ ମହିଳା ମାନୁନଥିବାରୁ ସରକାର ଯାଚିକା ଦାଖଲ କରିଥିବା ବ୍ୟକ୍ତିଙ୍କୁ ମହିଳା ମାନିବା ପାଇଁ ମନା କରିଦେଇଥିଲେ ଏବଂ କେନ୍ଦ୍ର ସରକାର ଏନେଇ କୌଣସି ଆଇନ୍ ଦାଖଲ କରିବେନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ଏନେଇ ଅଭିଯୁକ୍ତଙ୍କୁ ଜାମିନ୍ ମିଳିଯାଇଥିବା ବେଳେ ପୀଡିତା ପୁନଶ୍ଚ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।



from Kanak News http://bit.ly/2KiKP3G http://bit.ly/2WAodSJ

ହାଇକୋର୍ଟଙ୍କ ବଡ ନିଷ୍ପତ୍ତି ! ଲିଙ୍ଗ ପରିବର୍ତ୍ତନ କରିଥିବା ପୁରୁଷଙ୍କୁ ମହିଳା ଏବଂ ମହିଳାଙ୍କୁ ପୁରୁଷ ବିଚାର କରାଯିବ ।  Kanak News ହାଇକୋର୍ଟଙ୍କ ବଡ ନିଷ୍ପତ୍ତି ! ଲିଙ୍ଗ ପରିବର୍ତ୍ତନ କରିଥିବା ପୁରୁଷଙ୍କୁ ମହିଳା ଏବଂ ମହିଳାଙ୍କୁ ପୁରୁଷ ବିଚାର କରାଯିବ ।  Kanak News Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.