ରାଷ୍ଟ୍ରପତି ଭବନରୁ ନୁହେଁ,ଗାନ୍ଧୀନଗରରୁ ପୁଅର ଶପଥଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିଲେ ମା’ ହୀରାବେନ । ତାଳି ମାରିବା ସହ ମୋଦିଙ୍କୁ ଦେଲେ ଆର୍ଶୀବାଦ Kanak News

କନକ ବ୍ୟୁରୋ : ମା’ ଦେଖିଲେ ମୋଦିଙ୍କ ଶପଥ । ନୂଆଦିଲ୍ଲୀରେ ନୁହେଁ ବରଂ ପରଦାରେ । ଗୋଟିଏ ପଟେ ଆଜି ନୂଆଦିଲ୍ଲୀରେ ପୁଅ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲେ ଓ ଅନ୍ୟପଟେ ଗାନ୍ଧୀନଗରରେ ବସି ଟିଭି ପରଦାରେ ପୁଅର ଶପଥ ଗ୍ରହଣ ଉତ୍ସବକୁ ମନଭରି ଦେଖୁଥିଲେ ମା’ ହୀରାବେନ ମୋଦି । ନୂଆଦିଲ୍ଲୀରେ ହେଉଥିବା ଶପଥ ଗ୍ରହଣତ୍ତଉତ୍ସବକୁ ମା’ ଯାଇନଥିଲେ ମଧ୍ୟ ଗାନ୍ଧୀନଗରରୁ ଟିଭି ଶପଥଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିବା ସହ ମୋଦିଙ୍କୁ ଆର୍ଶୀବାଦ ଦେଇଥିଲେ ।

ମୋଦି ଓ ତାଙ୍କ ମା’ଙ୍କ ମଧ୍ୟରେ ଥିବା ଭଲପାଇବା ପୂରା ଦେଶ ଦେଖିଛି । ଏପରିକି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଗାନ୍ଧୀନଗର ଯିବା ସହ ମା’ଙ୍କ ଆର୍ଶୀବାଦ ନେଇଥିଲେ ମୋଦି । ଏପରିକି ନିର୍ବାଚନ ପୂର୍ବରୁ ମଧ୍ୟ ନିଜ ମା’ଙ୍କୁ ଭେଟିଥିଲେ ମୋଦି । ବଡ ବଡ କାମ କରିବା ପୂର୍ବରୁ ମା’ଙ୍କ ଆର୍ଶୀବାଦ ନେବାକୁ ଭୁଲିନଥାନ୍ତି ମୋଦି ।

ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଚଳିତ ଥର ସୁଷମା ସ୍ୱରାଜ,ଅରୁଣ ଜେଟଲୀ ଓ ମାନେକା ଗାନ୍ଧୀଙ୍କ ଭଳି ବଡ ଚେହେରାଙ୍କୁ ଦେଖିବାକୁ ମିଳିନାହିଁ । ସୁଷମା ଓ ଅରୁଣ ନିଜ ତରଫରୁ ମନ୍ତ୍ରିମଣ୍ଡଳରେ ନ ରହିବାକୁ ପୂର୍ବରୁ କହିଥିବା ବେଳେ ମାନେକା ଗାନ୍ଧୀଙ୍କୁ କାମଚଳା ବାଚସ୍ପତି ଭୂମିକାରେ ଦେଖିବାକୁ ମିଳିପାରେ । ପୂର୍ବରୁ ସୁଷମା ବୈଦଶିକ ବ୍ୟାପାର ମନ୍ତ୍ରୀ ଥିବା ବେଳେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।
from Kanak News http://bit.ly/2EKXbOq http://bit.ly/2XgWLqf
No comments: