ମୋଦିଙ୍କ ଟିମର ଆଜି ହେବ ମନ୍ତ୍ରଣାଳୟ ବଣ୍ଟନ। ଅମିତ ଶାହଙ୍କୁ ମିଳିପାରେ ଗୃହ କିମ୍ବା ଅର୍ଥ, ରାଜନାଥଙ୍କୁ ପ୍ରତିରକ୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ମୋଦିଙ୍କ ମନ୍ତ୍ରିମଣ୍ଡଳର ରୁପରେଖ ସ୍ପଷ୍ଟ ହୋଇଛି । ଏବେ କାହାକୁ କେଇଁ ବିଭାଗ ମିଳିବ ତାକୁ ନେଇ ଆକଳନ କରାଯାଉଛି । ବିଭାଗ ବଂଟନ କରାଯିବା ପରେ ଆଜି ସଂଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସୂଚନା ମିଳିଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗଠନରୁ ପ୍ରଥମ ଥର ପାଇଁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅମିତ ଶାହାଙ୍କୁ ଗୃହମନ୍ତ୍ରଣାଳୟ କିମ୍ବା ଅର୍ଥ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ । ସେହିପରି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ମଳା ସୀତାରମଣଙ୍କ ବଦଳରେ ରାଜନାଥ ସିଂହଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ଟେକ୍ନୋକ୍ରାଟ୍ ଏସ ଜୟଶଙ୍କର ମିଳିବା ସମ୍ଭାବନା ରହିଛି । ସେହିପରି ମୋଦିଙ୍କ ପ୍ରଥମ ସରକାରରେ ଆଇନ ମନ୍ତ୍ରୀ ଥିବା ରବିଶଙ୍କରଙ୍କୁ ଏଥର ବାଣିଜ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇପାରେ । ଅନ୍ୟପଟେ ହରଦିପ ସିଂଙ୍କୁ ବାଣିଜ୍ୟ ମନ୍ତ୍ରଣାଳୟ କିମ୍ବା ବୈଦେଶିକ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିପାରେ । କାହାକୁ କେଉଁ ବିଭାଗ ଦିଆଯିବ, ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଆଲୋଚନା କରି ଚୂଡାନ୍ତ କରିଥିବା ସୂଚନା ମିଳିଛି ।

ଗତକାଲି ୫୭ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ପ୍ରଥମ ଅଣକଂଗ୍ରେସ ନେତା ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୨୪ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ, ମୋଟ ୫୭ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତେବେ କାହାକୁ କେଉଁ ଦାୟିତ୍ୱ ମିଳିବ ତାକୁ ନେଇ ସସ୍ପେନ୍ସ ଜାରି ରହିଛି ।



from Kanak News http://bit.ly/2IdGWKT http://bit.ly/2Idbnkc
ମୋଦିଙ୍କ ଟିମର ଆଜି ହେବ ମନ୍ତ୍ରଣାଳୟ ବଣ୍ଟନ। ଅମିତ ଶାହଙ୍କୁ ମିଳିପାରେ ଗୃହ କିମ୍ବା ଅର୍ଥ, ରାଜନାଥଙ୍କୁ ପ୍ରତିରକ୍ଷା ସମ୍ଭାବନା Kanak News ମୋଦିଙ୍କ ଟିମର ଆଜି ହେବ ମନ୍ତ୍ରଣାଳୟ ବଣ୍ଟନ। ଅମିତ ଶାହଙ୍କୁ ମିଳିପାରେ ଗୃହ କିମ୍ବା ଅର୍ଥ, ରାଜନାଥଙ୍କୁ ପ୍ରତିରକ୍ଷା ସମ୍ଭାବନା Kanak News Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.