କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍ : ଭୁବନେଶ୍ବରରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ହକି ଟିମ୍

ଭୁବନେଶ୍ବର ୩୧|୫: ଏଫଆଇଏଚ ହକି ୱାର୍ଲ୍ଡ କପ୍ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ଦେଶର ହକି ଟିମ୍ । ଆସନ୍ତା ୬ ରୁ୧୫ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ୮ଟି ଦଳ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇ ଭାରତୀୟ ଦଳ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଚଳାଇଛି।

ଏଫଆଇଏଚ୍ ସିରିଜ୍ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ ଗେମ୍ ପାଇଁ ହକି ପ୍ରତି ଋଚି ରଖୁଥିବା ଦେଶମାନଙ୍କ ନିମନ୍ତେ  ସୁଯୋଗ ସୃଷ୍ଟି କରିଛି । ଯେଉଁଠାରେ ବିଶ୍ବର ଶ୍ରେଷ୍ଠ ଟିମ ସହ ପ୍ରତିଯୋଗିତାର ସୁଯୋଗ ରହିଥିବା ବେଳେ ଅଲିମ୍ପିକ୍ ହକି ପାଇଁ ଟିମ୍ ମାନଙ୍କୁ  ଅଭିଜ୍ଞତା ମଧ୍ୟ ମିଳିପାରିବ। ତେବେ ଚଳିତବର୍ଷ ଭାରତ ପ୍ରାୟୋଜିତ ଏଫଆଇଚ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ବର ୮ଟି ଟିମ ଭାଗ ନେଉଥିବା ଜଣାପଡିଛି। ଏଥିରେ ଆୟୋଜକ ଭାରତ ସମେତ ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଓ ମେକ୍ସିକୋ ଆଦି ଦେଶମାନେ ଅଂଶଗ୍ରହଣ କରିବେ।

ପୁଲ  ‘ଏ’ରେ ଇଣ୍ଡିଆ, ପୋଲାଣ୍ଡ , ଋଷିଆ ଓ ଉଜବେକିସ୍ତାନ ଆଦି ଥିବା ବେଳେ ପୁଲ ‘ବି’ରେ ରହିଛନ୍ତି  ସାଉଥ ଆଫ୍ରିକା (ଆରଏସଏ), ଜାପାନ, ଆମେରିକା ଓ ମେକ୍ସିକୋ । ଏଥିପାଇଁ ଟିକେଟ୍ ଉଭୟ କାଉଣ୍ଟରରେ ଓ ଅନ-ଲାଇନରେ ମଧ୍ୟ ଉପଲବ୍ଧ ହେଉଛି। ଗତବର୍ଷ ଓ୍ବାର୍ଲଡ କପର ସଫଳ ଆୟୋଜନ ପରେ ଅନ୍ତର୍ଜାତୀୟ ହକିର ଅନ୍ୟତମ ଡେଷ୍ଟିନେସନ ପାଲଟିଛି ଭୁବନେଶ୍ବର।



from News7 http://bit.ly/2JNlH5S
କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍ : ଭୁବନେଶ୍ବରରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ହକି ଟିମ୍ କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍ : ଭୁବନେଶ୍ବରରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ହକି ଟିମ୍ Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.