ବସ୍‌ରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ

ବଲାଙ୍ଗିର ୩୧|୫: ଘରୋଇ ବସ୍‌ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ବସ୍‌ଷ୍ଟାଣ୍ଡରୁ ବସ୍‌ରୁ ମିଳିଛି ମୃତଦେହ । ମୃତକ ହେଲେ ରବୀନ୍ଦ୍ର କୁମାର ସାମନ୍ତ । ତାଙ୍କ ଘର ବାଲେଶ୍ବର ହିଡିଗାଁରେ । ବାଲେଶ୍ବରରୁ ବଲାଙ୍ଗିର ଆସୁଥିଲେ ରବୀନ୍ଦ୍ର । ରବୀନ୍ଦ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



from News7 http://bit.ly/2JJU5OQ
ବସ୍‌ରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ ବସ୍‌ରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.