ପୁଲିସ୍‌ ପରିଚୟ ଦେଇ ଲୁଟିନେଲେ Rosalin Rath

ଯାଜପୁର: ଅଭିନୟ ଉପାୟରେ ବୃଦ୍ଧା ଦମ୍ପତିଙ୍କଠାରୁ ସୁନା ଚେନ୍ ଲୁଟ୍ ନେଇଛନ୍ତି ୩ଜଣ ଦୁର୍ବୁତ୍ତ। ବସ୍‌ଷ୍ଟପ୍‌ରେ  ଏହି ଦମ୍ପତି ଛିଡା ହୋଇଥିବା ବେଳେ ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଅଭିଯୁକ୍ତମାନେ ଲୁଟ୍ଟି‌ କରିଛନ୍ତି। ଯାଜପୁର ରୋଡ୍ ଥଆନା ଦଳା ଅଞ୍ଚଳରେ ଏହି ଘଟଣା ଘଟିଛି।

ମିଳିଥିବା ଖବର ଅନୁସାରେ ଭଦ୍ରକ ଭଣ୍ଡାରୀ ପୋଖରୀ ଅଞ୍ଚଳର ବିଷ୍ଣୁଚରଣ ସୁତାର ଓ ତାଙ୍କ ସ୍ତ୍ରୀ ରମା ସୁତାର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ସେମାନେ ଘରକୁ ଫେରିବା ପାଇଁ ନିକଟସ୍ଥ ବସ୍‌ଷ୍ଟପ୍‌ରେ ଛିଡ଼ା ହୋଇଥିଲେ।

ଏହି ସମୟରେ ତିନିଜଣ ଦୁର୍ବୁତ୍ତ ସେଠାରେ ପହଞ୍ଚି ଦମ୍ପତିଙ୍କ ସହ କଥା ହୋଇଥିଲେ। ସେମାନେ ପୁଲିସ୍‌ର ପରିଚୟ ଦେବା ସହ ଅଞ୍ଚଳରେ ସୁନା ଚୋରି ହେଉଛି କହି ସତର୍କ ମଧ୍ୟ କରାଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେମାନଙ୍କ ନିକଟରୁ ହିଁ ସୁନା ଚେନ୍ ଲୁଟ୍ କରି ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from OTV Khabar http://bit.ly/2FZhh9Z
ପୁଲିସ୍‌ ପରିଚୟ ଦେଇ ଲୁଟିନେଲେ Rosalin Rath ପୁଲିସ୍‌ ପରିଚୟ ଦେଇ ଲୁଟିନେଲେ Rosalin Rath Reviewed by SUBHENDU BARAL on January 31, 2019 Rating: 5

No comments:

Powered by Blogger.