ଓଡ଼ିଶା ଆସି ବର୍ଷିଲେ କେଜ୍ରିୱାଲ୍ ! କହିଲେ, ରାଜ୍ୟରେ ଚାଲିଛି ବିଜେପି-ବିଜେଡି-କଂଗ୍ରେସର ମେଣ୍ଟ ସରକାର । Kanak News

କନକ ବ୍ୟୁରୋ: ଓଡ଼ିଶା ଆସିଲେ ଉଭୟ ବିଜେପି,ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ବିଜେପି,ବିଜେଡ଼ି ଓ କଂଗ୍ରେସକୁ ନିଶାନା କରିଛନ୍ତି କେଜ୍ରିୱାଲ । କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷର ସ୍ୱାଧିନତା ପରେ ମଧ୍ୟ ଏହିଭଳି ରାଜନୈତିକ ଦଳମାନେ ଦେଶକୁ ଭିତରୁ ଦେବାଳିଆ କରିଦେଇଛନ୍ତି ।
ଆମ ପରେ ଯେଉଁ ଦେଶ ଗୁଡ଼ିକ ସ୍ୱାଧିନତା ହାସଲ କରିଥିଲା ସେମାନେ ଆମ ଠାରୁ ବି ଅଧିକ ଉନ୍ନତି କରିଛନ୍ତି । କିନ୍ତୁ ଆମ ଦେଶ ଗରୀବରୁ ଗରିବ ହୋଇଯାଉଛି ଏବଂ ସବୁଠାରୁ ଗରିବୀ ଓଡ଼ିଶାରେ ହିଁ ରହିଛି ବୋଲି କହି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେଜ୍ରିୱାଲ । ଆମେ ଭାରତୀୟ ଅନ୍ୟ ଦେଶ ତୁଳନାରେ ଅଧିକ ବୁଦ୍ଧମାନ୍ କିନ୍ତୁ ନେତାଙ୍କ କଳାବଜାରୀ ଆଉ ଦୁର୍ନୀତିର ଶିକାର ହୋଇ ପଛକୁ ରହିଯାଉଛେ ।
ଦିଲ୍ଲୀରେଥିବା ସ୍କୁଲ ଗୁଡ଼ିକର ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେଜ୍ରିୱାଲ । କହିଛନ୍ତି, ୪ ବର୍ଷ ପୂର୍ବେ ଦିଲ୍ଲୀରେ ଥିବା ସରକାରୀ ସ୍କୁଲ ଗୁଡ଼ିକର ଅବସ୍ଥା ଓଡ଼ିଶାର ସରକାରୀ ସ୍କୁଲ ଠାରୁ ମଧ୍ୟ ଜରାଜୀର୍ଣ୍ଣ ଥିଲା । କିନ୍ତୁ ଏବେ ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ଦିଲ୍ଲୀ ସରକାର । ବର୍ତ୍ତମାନ ଦିଲ୍ଲୀରେଥିବା ସରକାରୀ ସ୍କୁଲ ଗୁଡ଼ିକର ରେଜଲ୍ଟ ଘରୋଇ ସ୍କୁଲ ଠାରୁ ୧୦% ଅଧିକ ରହୁଛି । ଥରେ ଆସି ଦିଲ୍ଲୀରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ଥରେ ବୁଲି ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କେଜ୍ରିୱାଲ ।

from Kanak News http://bit.ly/2G2vHGg http://bit.ly/2Gh6mIh

No comments: