ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ବଲିଉଡ୍ ମୁଭି ‘ସିମ୍ବା’ Rosalin Rath

ନୂଆଦିଲ୍ଲୀ: ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଛି ବଲିଉଡ୍‌ ଆକ୍ସନ୍‌ କମେଡି ମୁଭି ‘ସିମ୍ବା’। ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ସିମ୍ବାରେ ରଣବୀର ସିଂହ ଲିଡ୍‌ ରୋଲ୍‌ ଥିବାବେଳେ ତାଙ୍କ ଅପୋଜିଟରେ ନଜର ଆସିଛନ୍ତି ସୈଫ ଅଲୀ ଖାଁଙ୍କ ଝିଅ ସାରା ଅଲୀ ଖାଁ।

ମୁଭିରେ ପ୍ରଥମେ ରଣବୀର ଜଣେ ଦୁର୍ନୀତିଗ୍ରସ୍ତ ପୁଲିସ୍‌ ଅଫିସର ଭୂମିକାରେ ନଜର ଆସୁଥିବାବେଳେ ଏକ ଘଟଣା କିଭଳି ତାଙ୍କ ଲାଇଫ୍‌ରେ ଟୁଇଷ୍ଟ ଆଣୁଛି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ।

ସାମ୍ବା ହେଉଛି ୨୦୧୫ ତେଲୁଗୁ ମୁଭି ‘ଟେମ୍ପର୍‌’ର ରିମେକ୍‌। ବାହାଘର ପରେ ଏହା ରଣବୀରଙ୍କ ପ୍ରଥମ ଫିଲ୍ମ ହୋଇଥିବା ବେଳେ ସୈଫ୍, ତନୟା ଓ ସାରାଙ୍କ ଏହା ଦ୍ୱିତୀୟ ଫିଲ୍ମ।

ଫିଲ୍ମରେ ରଣବୀର ଓ ସାରାଙ୍କ ସହିତ ସୋନୁ ସୁଦ୍, ଆଶୁତୋଷ ରାଣା, ସିଦ୍ଧାର୍ଥ ଯାଦବ, ବ୍ରଜେଶ ହିରଜୀଙ୍କୁ ଦେଖିବାକୁ ମିଳିବ। ଅଜୟ ଦେବଗନ, କୁନାଲ ଖେମୁ, ଶ୍ରେୟସ୍ ତଲପଡ଼େ ଓ ଅରଶଦ ଓ୍ୱାର୍ସି ଇତ୍ୟାଦି ଗେଷ୍ଟ ଆପିୟରାନ୍ସରେ ଅଛନ୍ତି।

ରିଲିଜ୍‌ ପୂର୍ବରୁ ମୁଭିର ଗୀତଗୁଡ଼ିକ ଖୁବ୍ ଲୋକପ୍ରିୟ ହୋଇଥିବା ବେଳେ ବକ୍ସ ଅଫିସରେ ମଧ୍ୟ ‘ସିମ୍ବା’ ଭଲ ବିଜ୍‌ନେସ୍‌ କରିବ ବୋଲି ପିଲ୍ମର କ୍ରିଉ ମେମ୍ବର ଆଶା ରଖିଛନ୍ତି।



from OTV Khabar http://bit.ly/2SpDCjE
ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ବଲିଉଡ୍ ମୁଭି ‘ସିମ୍ବା’ Rosalin Rath ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ବଲିଉଡ୍ ମୁଭି ‘ସିମ୍ବା’ Rosalin Rath Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.