
ଭୁବନେଶ୍ୱର: ଆଜି ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନା ସହ ଜାତୀୟ ସଂଗୀତ ଗାନ କରି ପ୍ରତିଷ୍ଠା ଦିବସ ପାଳନ କରିଛି ରାଜ୍ୟ କଂଗ୍ରେସ। ଏହି ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ।
ଏହି ଅବସରରେ ଦଳକୁ ମଜବୁତ କରିବା ପାଇଁ ଆଜି ରାଜ୍ୟ କଂଗ୍ରେସ ଭୁବନେଶ୍ୱରରେ ଏକ ବୈଠକ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ସବୁ ଜିଲ୍ଲା କଂଗ୍ରେସ ସଭାପତି ମାନେ ଯୋଗଦେଇଛନ୍ତି।
କେବଳ ଓଡ଼ିଶା ନୁହେଁ ସାରା ଦେଶରେ କଂଗ୍ରେସ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି।
ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଦିବସ ପାଳନ ହେଉଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି କଂଗ୍ରେସ ପତାକା ଉତ୍ତୋଳନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
୧୮୮୫ ମସିହା ଆଜିର ଦିନରେ ଜାତୀୟ କଂଗ୍ରେସ ଗଠନ ହୋଇଥିଲା।
from OTV Khabar http://bit.ly/2SoeYQt
No comments: