ଉତ୍ତେଜିତ ହେଲେଣି ଭକ୍ତ : ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର Pradesh Pratyush

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।

ଭକ୍ତ ଉତ୍ତ୍ୟକ୍ତ ହୋଇ ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି। ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଛନ୍ତି। ଭକ୍ତ ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭିତରକୁ ଧସେଇ ପଶିଛନ୍ତି। ପୁଲିସ୍  ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି।

ବର୍ତ୍ତମାନ ପର୍ଯଟନ ଋତୁ ଚାଲୁଥିବାରୁ ଏବେ ଶୀକ୍ଷେତ୍ରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ଭକ୍ତମାନେ ପ୍ରବେଶ କରୁଥିବା ଶ୍ରୀମନ୍ଦିରର ଦୁଇଟି ମୁଖ୍ୟ ଦ୍ୱାର – ଜୟ ବିଜୟ ଦ୍ୱାର ଏବଂ ବେହରଣ ଦ୍ୱାର ଏଯାଏଁ ଖୋଲିନାହିଁ।

ଗତକାଲି ପୁଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ମାଡ଼ରେ ସେବାୟତ ଆହତ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଦେଖାଦେଇଛି ବିବାଦ।

 

 

 



from OTV Khabar http://bit.ly/2ESGVN5
ଉତ୍ତେଜିତ ହେଲେଣି ଭକ୍ତ : ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର Pradesh Pratyush ଉତ୍ତେଜିତ ହେଲେଣି ଭକ୍ତ : ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର Pradesh Pratyush Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.