ମହାପ୍ରଭୁଙ୍କ ସେବାପୂଜା ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ : ଗଜପତି ମହାରାଜ ଦିବ୍ୟସିଂହ ଦେବ Pradesh Pratyush

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।
ସେପଟେ ସମଗ୍ର ପ୍ରସଙ୍ଗକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ସେବାପୂଜା ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଲୋଚନା କରାଯାଇ ଯେ କୌଣସି ବିବାଦର ସମାଧାନ ସମ୍ଭବ। କିନ୍ତୁ ତା ପାଇଁ ଠାକୁରଙ୍କୁ ଅପୂଜା ଉପାସ ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତେଣୁ ମୋର ସବୁ ପକ୍ଷଙ୍କୁ ଅନୁରୋଧ ରହିବ, ମହାପ୍ରଭୁଙ୍କ ନୀତିକାନ୍ତି ତୁରନ୍ତ ଆରମ୍ଭ କରାଯାଉ। ଶ୍ରୀମନ୍ଦିରର ମହାନ୍ ପରମ୍ପରାରେ କଳଙ୍କ ନ ଲାଗୁ।
ଅଗଣିତ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ କରା ନ ଯାଉ। ଆବଶ୍ୟକ ପଡ଼ିଲେ ଶୀର୍ଷ ସ୍ତରରେ ସରକାର ଏହି ବ୍ୟତିକ୍ରମରେ ହସ୍ତକ୍ଷେପ କରନ୍ତୁ।
from OTV Khabar http://bit.ly/2SpCw7t
No comments: