
ରାଉରକେଲା : ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନୀତା ଲାକ୍ରା। ଟିମ୍ ଇଣ୍ଡିଆର ଏହି ଡିଫେଣ୍ଡର ଓଡ଼ିଶା ପୁଲିସରେ କାମ କରୁଥିବା ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି।
ଦୀପିକଙ୍କ ଘର ସୁନ୍ଦରଗଡ ଜିଲ୍ଲା ସବଡେଗାର କିରାଲଗା ଗାଁରେ। ସୁନୀତାଙ୍କ ନିଜ ଗାଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶରମାଲ ସ୍ଥିତ ଚର୍ଚ୍ଚରେ ଆଜି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।
୨୭ ବର୍ଷୀୟା ସୁନୀତା ଗତ କିଛି ବର୍ଷ ହେବ ଭାରତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। ଏହି ବର୍ଷ ଖେଳାଯାଇଥିବା ଏସିଆନ୍ ଚାମ୍ପିୟନସିପ୍ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ସୁନୀତା ଭାରତୀୟ ମହିଳା ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ।
from OTV Khabar http://bit.ly/2Q7Ki3L
ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁନୀତା ଲାକ୍ରା Pradesh Pratyush
Reviewed by SUBHENDU BARAL
on
December 28, 2018
Rating:
No comments: