କାମର ୨୪ ଘଣ୍ଟା ନପୁରୁଣୁ ଉଠିଗଲା ପିଚୁ OTV KHABAR BUREAU

binika

ବିନିକା: ସବୁ ଗାଁକୁ ପକ୍କା ରାସ୍ତା ହେଉଛି। ହେଲେ ଏହାର ମାନକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ବ୍ୟାପକ ଅନିୟମିତତା କାରଣରୁ କେଉଁଠି ୨୪ଘଣ୍ଟା ନପୁରୁଣୁ ରାସ୍ତାରୁ ପରସ୍ତ ପରସ୍ତ ପିଚୁ ଉଠୁଛି ତ ଆଉ କେଉଁଠି ରାସ୍ତା କିଛି ଦିନ ମଧ୍ୟରେ ଖାଲଖମାରେ ଭରିଯାଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ପାଲଟି ଥିବା ଅଭିଯୋଗ ହେଉଛି। ଏପରି କିଛି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରୁ।

ଦୀର୍ଘଦିନର ଦାବି ପରେ ବିନିକା ବ୍ଲକ୍ କୌଡିଆମୁଣ୍ଡା ଛକରୁ ଫୁଲମୁଠୀ ଛକ ଯାଏ ୮ କିମି ରାସ୍ତା ନିର୍ମାଣ କରାଯାଇଥିଲା। ଦୂରରୁ ପୂରା ଚକାଚକ୍ ଦେଖା ଯାଉଥିବା ଏହି ଆରଡି ରାସ୍ତାକୁ ଦେଖିଲେ ଯେକେହି ବି ଖୁସି ହୋଇଯିବେ। ହେଲେ ରାତିଅଧିଆ ହୋଇଥିବା ଏହି ରାସ୍ତାକୁ ଏବେ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମୁହଁରୁ ହସ ଉଭେଇ ଯାଇଛି। କାମ ହେବାର ୨୪ ଘଣ୍ଟା ବି ପୂରିନାହିଁ, ହାତ ମାରିଲେ ପରସ୍ତ ପରସ୍ତ ପିଚୁ ଉଠିବାରେ ଲାଗିଛି। ଏଥିରୁ ଅନୁମାନ କରିହେଉଛି, କିଭଳି କାମ ହୋଇଛି।

ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଏଭଳି ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାକୁ ପୁଣି ଥରେ ଭଲ ଭାବେ ତିଆରି କରାନଯିବା ଯାଏ କାମ ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ।

ଅନ୍ୟପକ୍ଷରେ ଅଭିଯୋଗ ଆସିବା ପରେ ଉପଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି, “ବିଭାଗୀୟ ଅଧିକାରୀଙ୍କୁ ରାସ୍ତା କାମର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ।”

binika1ସେହିପରି ଚେରୁପାଲିରୁ ମହଦା ୨୨ କିଲୋମିଟର ରାସ୍ତା ଶୋଚନୀୟ ହୋଇପଡିଛି। ୧୫ଟି ପଞ୍ଚାୟତ ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବର୍ଷବର୍ଷ ଧରି ରାସ୍ତାର ଉନ୍ନତିକରଣ ନାଁରେ କେବଳ ଫମ୍ପା ପ୍ରତିଶ୍ରୁତି ଦିଆଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗର ଅବହେଳା ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏନେଇ ପଚରାଯିବାରେ ଉପଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଛନ୍ତି, “ଏନେଇ ପୂର୍ତ୍ତ ବିଭାଗକୁ ଚିଠି ଲେଖିବା ସହ ରାସ୍ତାର ଉନ୍ନତିକରଣ କାମ ଶୀଘ୍ର କରାଯିବ।”



from OTV Khabar http://bit.ly/2LA7tmQ
କାମର ୨୪ ଘଣ୍ଟା ନପୁରୁଣୁ ଉଠିଗଲା ପିଚୁ OTV KHABAR BUREAU କାମର ୨୪ ଘଣ୍ଟା ନପୁରୁଣୁ ଉଠିଗଲା ପିଚୁ OTV KHABAR BUREAU Reviewed by SUBHENDU BARAL on December 27, 2018 Rating: 5

No comments:

Powered by Blogger.