୨୯ରୁ ୩୧ ଯାଏ ପ୍ରବଳ ଶୀତ OTV KHABAR BUREAU

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ସହ ସ୍ଥାନେ ସ୍ଥାନେ କୋହଲା ପାଗ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି।

ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ଜାଡ଼ ହେଉଛି। ଡିସେମ୍ବର ୨୯ତାରିଖରୁ ୩୧ ଯାଏ ପ୍ରବଳ ଶୀତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ଅନ୍ୟପଟେ ଆସନ୍ତା ୩୦ ତାରିଖ ଯାଏ ପାଗ କୋହଲା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି। ଓଡ଼ିଶା ଉପକୂଳରେ ପଶ୍ଚିମା ବାୟୁ ବହିବା ଯୋଗୁ ପାଗରେ ପରିବର୍ତ୍ତନ ଦେଖାଦେଇଥିବା ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି। ରାଜ୍ୟର କିଛି ସ୍ଥାନରେ ଆଜି ପାଗ ସାମାନ୍ୟ ମେଘୁଆ ରହିଛି।



from OTV Khabar http://bit.ly/2AiWkSO
୨୯ରୁ ୩୧ ଯାଏ ପ୍ରବଳ ଶୀତ OTV KHABAR BUREAU ୨୯ରୁ ୩୧ ଯାଏ ପ୍ରବଳ ଶୀତ OTV KHABAR BUREAU Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.