
ଭଦ୍ରକ: ବିଲରେ ଧାନ ପିଟୁଥିବାବେଳେ ଜଳିଗଲା ଟ୍ରାକ୍ଟର୍। କେବଳ ଟ୍ରାକ୍ଟର୍ ନୁହେଁ ପାଖରେ ଥିବା ପାଳ ଗଦାରେ ନିଆଁଲାଗି ପାଖାପାଖି ୧୫ କୁଇଣ୍ଟାଲ ଧାନ ବି ଜଳିଯାଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଲୁଙ୍ଗା ଗାଁରେ।
ସୂଚନା ମୁତାବକ, ଲୁଙ୍ଗା ଗାଁର ଚାଷୀ ଉପେନ୍ଦ୍ର ମଳିକ ଆଜି ତାଙ୍କ ବିଲରେ ଏକ ଟ୍ରାକ୍ଟର୍ ସହ ଧାନପିଟା ମେସିନ୍ ଭଡ଼ାରେ ଆଣି ଧାନ ପିଟୁଥିଲେ। ଏହି ସମୟରେ କୌଣସି କାରଣରୁ ଟ୍ରାକ୍ଟର୍ ଇଂଜିନ୍ରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା।
from OTV Khabar http://bit.ly/2Sp1K5N
ବିଲରେ ଧାନ ପିଟୁଥିବାବେଳେ ଜଳିଗଲା ଟ୍ରାକ୍ଟର୍ OTV KHABAR BUREAU
Reviewed by SUBHENDU BARAL
on
December 27, 2018
Rating:
No comments: