
ଦେବଗଡ଼: ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ୱେସ୍କୋ ଯନ୍ତ୍ରୀ, ଜୁନିୟର ଇଂଜିନିୟର ଏବଂ ୨ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ବନବିଭାଗ।
ବିଦ୍ୟୁତ ବିଭାଗର ଅବହେଳାରୁ ହାତୀ ମୃତ୍ୟୁ ଘଟିଥିବା ଦର୍ଶାଇ ୱେସ୍କୋର ଦେବଗଡ଼ ଏସଡିଓ, ଇଂ.ଆନନ୍ଦ କାଲୋ, ଜୁନିୟର ଇଂ. ଜିତେନ୍ଦ୍ର ସାହୁ, ଲାଇନ୍ ମ୍ୟାନ୍ ସୁଶାନ୍ତ ମାଝୀ ଓ ସୁରେଶ ମହାନ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବନ୍ୟପ୍ରାଣୀ ପ୍ରୋଟେକ୍ସନ୍ ଆକ୍ଟ୍–୧୯୭୨ର ଦଫା–୯ ଏବଂ ୫୮ ଆଧାରରେ ମାମଲା ରୁଜୁ ହୋଇଛି।
ସୂଚନା ମୁତାବକ, ଗତ ୧୩ ତାରିଖ ଦିନ ସାଲୋହୀ ଗାଁର ଏକ ଧାନ ବିଲରୁ ମାଈ ହାତୀର ମୃତଦେହ ଉଦ୍ଧାର କରିଥିଲା ବନବିଭାଗ। ଏହାପରେ ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ୍ ଲାଗିବା କାରଣରୁ ହାତୀଟିର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।
from OTV Khabar http://bit.ly/2AhJJj3
ହାତୀ ମୃତ୍ୟୁ ଘଟଣା: ୨ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ OTV KHABAR BUREAU
Reviewed by SUBHENDU BARAL
on
December 27, 2018
Rating:
No comments: