
ପୁରୀ: ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ। ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭକ୍ତ ଭିତରକୁ ଧସେଇ ପଶିଛନ୍ତି। ତେବେ ଏହି ସମୟରେ ପୁଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି।
ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡଦେଉଳର ଦ୍ୱାର ଖୋଲିନାହିଁ ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏବେ ଶୀକ୍ଷେତ୍ରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ଭକ୍ତମାନେ ପ୍ରବେଶ କରୁଥିବା ଶ୍ରୀମନ୍ଦିରର ଦୁଇଟି ମୁଖ୍ୟ ଦ୍ୱାର – ଜୟ ବିଜୟ ଦ୍ୱାର ଏବଂ ବେହରଣ ଦ୍ୱାର ଏଯାଏ ଖୋଲିନାହିଁ। ଏହି ଦୁଇ ଦ୍ୱାର ସମ୍ମୁଖରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଭିଡ଼ ଲଗାଇଛନ୍ତି।
ତେବେ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ସେବାୟତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ସେବାୟତମାନେ ଜିଦରେ ଅଟଳ ରହିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧକୁ ସେବାୟତମାନେ ଗ୍ରହଣ କରିନାହାନ୍ତି।
ଗତକାଲି ପୁଲିସ୍-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ମାଡ଼ରେ ସେବାୟତ ଆହତ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।
from OTV Khabar http://bit.ly/2SpwlQG
No comments: