
ନୂଆଦିଲ୍ଲୀ: ପିଏନ୍ବି (ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍)ରୁ ଠକେଇ ପରେ ଫେରାର ଥିବା ନିରବ ମୋଦି ଏବେ ଇଂଲଣ୍ଡରେ ଅଛନ୍ତି। ନିରବ ଇଂଲଣ୍ଡରେ ଥିବା ନେଇ ସେଣ୍ଟ୍ରାଲ୍ ଅଫ୍ ମଞ୍ଚେଷ୍ଟର୍ ଭାରତୀୟ ସଂସ୍ଥାକୁ ସୂଚନା ଦେଇଥିବା କହିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ବିକେ ସିଂହ। ଗତକାଲି ରାଜ୍ୟସଭାରେ ପଚରା ଯାଇଥିବା ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମନ୍ତ୍ରୀ।
ନିରବ ମୋଦିଙ୍କ ଠିକଣା ଜାଣିବା ପାଇଁ ଭାରତ ସରକାର ବିଭିନ୍ନ ବିଦେଶୀ ତଦନ୍ତକାରୀ ସଂସ୍ଥାକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ସେ ଇଂଲଣ୍ଡରେ ଥିବା ଖବର ମିଳିଛି। ନିରବଙ୍କୁ ପ୍ରତ୍ୟର୍ପଣ ନେଇ ବିଟ୍ରେନ୍କୁ ଭାରତ ସରକାର ଆବେଦନ କରିଥିବା ସେ କହିଛନ୍ତି।
ପିଏନ୍ବିରୁ ପ୍ରାୟ ୨୧ ହଜାର କୋଟି ଟଙ୍କା ଠକେଇ ପରେ ୨୦୧୮ ଜାନୁଆରୀ ମାସରୁ ଫେରାର ଅଛନ୍ତି ନିରବ ମୋଦି। ସିବିଆଇ, ଇଡି, ଆୟକର ବିଭାଗ ସମେତ ଇଣ୍ଟରପୋଲ୍ର ୱାଣ୍ଟେଡ୍ ଲିଷ୍ଟରେ ଅଛନ୍ତି ନିରବ। ତେବେ କିଛି ମାସ ପୂର୍ବେ ସେ ଇଂଲଣ୍ଡର ଜୁଏଲରୀ ଷ୍ଟ୍ରିଟ୍ରେ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।
from OTV Khabar http://bit.ly/2Q7ShOv
No comments: