ସିକ୍କିମରେ ପ୍ରବଳ ତୁଷାରପାତ ଯୋଗୁଁ ଫସିଲେ ୨୫୦୦ ପର୍ଯ୍ୟଟକ, ଭାରତୀୟ ସେନା ସାଜିଲା ରକ୍ଷକ  Kanak News

କନକ ବ୍ୟୁରୋ : ପ୍ରବଳ ତୁଷାରପାତ ଯୋଗୁଁ ଅଧବାଟରେ ଫସି ରହିଯାଇଥିବା ୨୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ସିକିମର ନାଥୁଲା ପାର୍ବତ୍ୟପଥରେ ଗତ ଦୁଇ ଦିନ ହେବ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାରେ ଶହଶହ ସଂଖ୍ୟାରେ ଗାଡ଼ିମଟର ଅଟକି ରହିଯାଇଥିଲା । ଭାରତ-ଚୀନ ସୀମା ପାଖରେ ଅଚାନକ୍ ଅଧିକ ଥଣ୍ଡା ହୋଇଥିବା ଯୋଗୁଁ ପର୍ଯ୍ୟଟକଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବା ପାଇଁ ପଡ଼ିଥିଲା ।  ଆଉ ଏଥିରେ ଫସି ରହିଯାଇଥିଲେ ପ୍ରାୟ ଅଢ଼େଇ ହଜାର ପର‌୍ୟ୍ୟଟକ।

ପ୍ରାୟ ୪ଶହ ଗାଡ଼ି ସହିତ ଅଢ଼େଇ ହଜାର ପର୍ଯ୍ୟଟକ ତୁଷାରପାତ ଯୋଗୁଁ ନାଥୁଲା ପାର୍ବତ୍ୟପଥରେ ଅଟକି ରହିଥିବା ସୂଚନା ପାଇ ସେନା ପକ୍ଷରୁ ସମସ୍ତଙ୍କୁ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ଉଦ୍ଧାର ସମସ୍ତ ପର୍ଯ୍ୟଟକଙ୍କୁ ଖାଦ୍ୟ ଔଷଧ ଯୋଗାଇ ଯୋଗାଇ ଦିଆଯାଇଛି ।

ଏ ସମ୍ପର୍କରେ ସେନା ପକ୍ଷରୁ ଓ୍ଵିଟ୍ କରାଯାଇ କୁହାଯାଇଛି ଯେ ଭାରତୀୟ ସେନା ତୁଷାରପାତ ଯୋଗୁଁ ବାଟରେ ଫସିଯାଇଥିବା ଅଢ଼େଇ ହଜାର ନାଗରିକ ଓ ୪ଶହଟି ଗାଡ଼ିକୁ ଉଦ୍ଧାର କରିଛି । ସମସ୍ତଙ୍କୁ ଉଦ୍ଧାର ପରେ ଖାଦ୍ୟ, ଆଶ୍ରୟ ସହିତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି ।



from Kanak News http://bit.ly/2AlX8GF http://bit.ly/2CFTtVP
ସିକ୍କିମରେ ପ୍ରବଳ ତୁଷାରପାତ ଯୋଗୁଁ ଫସିଲେ ୨୫୦୦ ପର୍ଯ୍ୟଟକ, ଭାରତୀୟ ସେନା ସାଜିଲା ରକ୍ଷକ  Kanak News ସିକ୍କିମରେ ପ୍ରବଳ ତୁଷାରପାତ ଯୋଗୁଁ ଫସିଲେ ୨୫୦୦ ପର୍ଯ୍ୟଟକ, ଭାରତୀୟ ସେନା ସାଜିଲା ରକ୍ଷକ  Kanak News Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.