କଣ ସତରେ ୩୫ ଏବଂ ୬୫ ଟଙ୍କା ରିଚାର୍ଜ ନକଲେ ବନ୍ଦ ହୋଇଯିବ ଆପଣଙ୍କର ସିମ୍ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ Kanak News

ଖୁବ୍ ଶୀଘ୍ର ଟେଲିକମ୍ କଂପାନୀମାନେ ବ୍ୟାଙ୍କ ଭଳି ହିଁ ଆପଣଙ୍କ ନିକଟକୁ ମେସେଜ ପଠାଇବା ଆରମ୍ଭ କରିଦେଇପାରନ୍ତି । ଆଉ ମେସେଜରେ ଆପଣଙ୍କୁ କୁହାଯିବ କି ଯଦି ଆପଣ ନିଜ ସିମକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତିମାସ ଏକ ମିନିମମ ପ୍ଲାନ ରିଚାର୍ଜ କରିବାକୁ ପଡିବ । ତେବେ ଏବେଠାରୁ ବି କିଛି ମୋବାଇଲ ଉପଭୋକ୍ତାଙ୍କ ନିକଟକୁ ଏଭଳି ମେସେଜ ଆସିବାକୁ ଲାଗିଲାଣି । ଯଦି ଆପଣ ଏହି ମେସେଜକୁ ଅଣଦେଖା କରନ୍ତି ତେବେ ଆପଣଙ୍କର ନମ୍ବରକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ପ୍ରିପେଡ ୟୁଜର୍ସଙ୍କୁ ଟେକ୍ଷ୍ଟ ମେସେଜ ଜରିଆରେ ନିଜ ସିମରେ ୩୫ ଟଙ୍କା ରିଚାର୍ଜ କରିବାକୁ କୁହାଯାଉଛି । ପୃଥକ ପୃଥକ ସବସ୍କ୍ରାଇବର ହିସାବରେ ଏହା ନିର୍ଧାରଣ କରାଯାଇଛି । ଏଭଳି ନକରିବା ଦ୍ୱାରା ଆପଣଙ୍କର ସିମକୁ ଡିଆକ୍ଟିଭେଟ କରିଦିଆଯାଇପାରେ ।

ସେହିଭଳି ପୋଷ୍ଟପେଡ ୟୁଜର୍ସଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ, କାହିଁକି ନା ସେମାନେ ପ୍ରତିମାସ ଶେଷ ତାରିଖରେ ୟୁସେଜ ପ୍ଲାନ ହିସାବରେ ଟଙ୍କା ଦେଉଛନ୍ତି । ଯଦି ପ୍ରିପେଡ ୟୁଜର୍ସଙ୍କ କଥା କହିବା ତେବେ ବର୍ତ୍ତମାନ ପାଖାପାଖି ସମସ୍ତ କଂପାନୀଗୁଡିକ ଅନଲିମିଟେଡ ପ୍ଲାନ ଲଂଚ କରିଦେଇଛନ୍ତି । ଯାହାର ବୈଧତା ଗୋଟିଏ ମାସରୁ ଆରମ୍ଭ କରି ତିନି ମାସ ପର୍ଯ୍ୟନ୍ତ ରହିଛି ।

ରିପୋର୍ଟ ଅନୁସାରେ, ଉଭୟ ଏୟାରଟେଲ ଏବଂ ଭୋଡାଫୋନ ୟୁଜର୍ସଙ୍କୁ କଂପାନୀ ତରଫରୁ ୱାର୍ଣ୍ଣିଂ ଦେବା ଭଳି ମେସେଜ ମିଳୁଛି । ଯେଉଁଥିରେ ଗ୍ରାହକଙ୍କୁ ସିଧା ସଳଖ କୁହାଯାଉଛି କି ଯଦି ଆପଣ ଆପଣଙ୍କର ସିମ୍ ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତିମାସ ଏକ ମିନିମମ ପ୍ଲାନ ରିଚାର୍ଜ କରିବାକୁ ହେବ, ନଚେତ୍ ଆପଣଙ୍କ ସିମରେ ଉଭୟ ଇନକମିଂ ଏବଂ ଆଉଟଗୋଇଂ କଲ ବନ୍ଦ କରିଦିଆଯିବ । ତେବେ ଏଭଳି ମେସେଜ ଯେଉଁମାନେ ଦୁଇଟି ଲେଖାଏଁ ସିମ ବ୍ୟବହାର କରୁଛନ୍ତି ଏବଂ ସେଥି ମଧ୍ୟରୁ ଗୋଟିଏ ନମ୍ବର ସବୁବେଳେ ରିଚାର୍ଜ କରୁଥିବା ବେଳେ ଅନ୍ୟ ନମ୍ବର ତଥା ସିମରେ ଆଦୌ ରିଚାର୍ଜ କରୁନାହାଁନ୍ତି ବା ଆଦୌ ମିନିମମ ବାଲାନ୍ସ ରଖୁନାହାଁନ୍ତି ।  ଏଥିପାଇଁ ଟେଲିକମ କଂପାନୀମାନେ ଏକ ମିନିମମ ରିଚାର୍ଜ ପ୍ଲାନ ବି ଲଂଚ କରିଛନ୍ତି । ତେବେ ଏୟାରଟେଲର ମିନିମମ ରିଚାର୍ଜ ପ୍ଲାନ ୩୫ ଟଙ୍କା ରହିଥିବା ବେଳେ ଭୋଡାଫୋନର ୬୫ ଟଙ୍କା ରହିଛି ।

ଯଦି ଲଗାତର ମେସେଜ ମିଳିବା ପରେ ବି ଆପଣ ଆପଣଙ୍କର ସିମରେ ମିନିମମ ବାଲାନ୍ସ ମେଂଟେନ ନକରନ୍ତି ତେବେ କଂପାନୀମାନେ ମାତ୍ର ୧୫ ଦିନ ଯାଏଁ ଏଭଳି ମେସେଜ ପଠାଇବେ ଏହାପରେ ଆଉଟଗୋଇଂ ଏବଂ ମୋବାଇଲ ଡାଟା ବନ୍ଦ କରିଦିଆଯିବ । ଏହାପରେ ବି ଯଦି ଆପଣ ମିନିମମ ଆମାଉଂଟରେ ରିଚାର୍ଜ ନକରିବେ ତେବେ ଆପଣଙ୍କର ଇନକମିଂ କଲକୁ ବି ବନ୍ଦ କରିଦିଆଯିବ । ଏହାପରେ ଆପଣଙ୍କୁ ପୁଣି ଏକ ମେସେଜ ମିଳିବ, ଯେଉଥିରେ କୁହାଯିବ କି ଆପଣ କେବେ ଯାଏଁ ରିଚାର୍ଜ କରିପାରିବେ । ତେବେ ସିମକୁ ପୁଣିଥରେ ସକ୍ରିୟ କରିପାରିବେ ।



from Kanak News http://bit.ly/2BHKrG1 http://bit.ly/2QWL0Xf
କଣ ସତରେ ୩୫ ଏବଂ ୬୫ ଟଙ୍କା ରିଚାର୍ଜ ନକଲେ ବନ୍ଦ ହୋଇଯିବ ଆପଣଙ୍କର ସିମ୍ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ Kanak News କଣ ସତରେ ୩୫ ଏବଂ ୬୫ ଟଙ୍କା ରିଚାର୍ଜ ନକଲେ ବନ୍ଦ ହୋଇଯିବ ଆପଣଙ୍କର ସିମ୍ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ Kanak News Reviewed by SUBHENDU BARAL on December 27, 2018 Rating: 5

No comments:

Powered by Blogger.