‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ : ଅନୁପମ୍ ଖେରଙ୍କୁ ଓସ୍କାର ଦୌଡରେ ସାମିଲ କରାଇବେ ‘ମନମୋହନ ସିଂହ’, ସମସ୍ତଙ୍କ ସାମନାରେ ପ୍ରକାଶ କଲେ ଏହି ଇଚ୍ଛା… Kanak News

ଚର୍ଚ୍ଚାରେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଫିଲ୍ମ ଉପରେ ବିବାଦ ମଧ୍ୟରେ ଅଭିନେତା ଅନୁପମ୍ ଖେର କହିଛନ୍ତି କି, ‘ଏହି ଫିଲ୍ମକୁ ‘ଓସ୍କାର’ ପାଇଁ ମନୋନୀତ ହେବା ଉଚିତ୍ । ଏହାକୁ ରିଲିଜ୍ ନ କରାଇଦେବା ଚର୍ଚ୍ଚା ନକରିବା ଉଚିତ୍ ।’ ଅନୁପମ ଖେର ଦାବି କରିଛନ୍ତି କି, ‘ଦର୍ଶକଙ୍କୁ ମନମୋହନ ସିଂହଙ୍କ ଭୂମିକା ବହୁତ ପସନ୍ଦ ଆସିବ । ମନମୋହନ ସିଂହଙ୍କ ନକଲ କରିବା ପାଇଁ ତାଙ୍କୁ ବହି ପଢ଼ିବାକୁ ପଡିଥିଲା । ‘ମୁଁ ନିଜ କ୍ୟାରିୟରର ପ୍ରଥମ ଫିଲ୍ମ ୨୮ବର୍ଷ ବୟସରେ ୬୫ବର୍ଷ ବୟସର ବୃଦ୍ଧର ଭୂମିକାରେ ଆସିଥିଲେ । ମୋର ୨୫ବର୍ଷର କ୍ୟାରିୟରରେ ଏହା ସବୁଠାରୁ କଠିନ ଫିଲ୍ମ । ଏହା ଓସ୍କାର ପାଇଁ ମନୋନୀତ ହେବା ଉଚିତ୍, କିନ୍ତୁ ଏହା ଉପରେ ବିବାଦ ଆରମ୍ଭ ହୋଇଯାଇଛି । ଆଜିକୁ ୨୫ ବର୍ଷ ପରେ ଯଦି ସିନେମାର ଇତିହାସ ଲେଖାଯିବ, ତେବେ ଏହି ଫିଲ୍ମର ନାମ ସର୍ବପ୍ରଥମେ ନିଆଯିବ ।’

ଟ୍ରେଲର ସାମନାକୁ ଆସିବା ପରେ କଂଗ୍ରେସ ଏହି ଫିଲ୍ମକୁ ବିଜେପିର ଏଜେଣ୍ଡା କହୁଛି । ସେଇଠି ମହାରାଷ୍ଟ୍ର ୟୁଥ କଂଗ୍ରେସ ରିଲିଜ୍ ପୂର୍ବରୁ ଫିଲ୍ମ ଦେଖାଇବାର ଦାବି କରିଛନ୍ତି । ଏହାକୁ ନେଇ ଅଭିନେତା ଅନୁପମ ଖେର କହିଛନ୍ତି କି, କଂଗ୍ରେସ ଯେତେ ଏହାର ବିରୋଧ କରିବ, ସେତିକି ହିଁ ଫିଲ୍ମର ପ୍ରଚାର ପ୍ରସାର ହେବ ।



from Kanak News http://bit.ly/2Vg7Qaz http://bit.ly/2Qc2iud
‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ : ଅନୁପମ୍ ଖେରଙ୍କୁ ଓସ୍କାର ଦୌଡରେ ସାମିଲ କରାଇବେ ‘ମନମୋହନ ସିଂହ’, ସମସ୍ତଙ୍କ ସାମନାରେ ପ୍ରକାଶ କଲେ ଏହି ଇଚ୍ଛା… Kanak News ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ : ଅନୁପମ୍ ଖେରଙ୍କୁ ଓସ୍କାର ଦୌଡରେ ସାମିଲ କରାଇବେ ‘ମନମୋହନ ସିଂହ’, ସମସ୍ତଙ୍କ ସାମନାରେ ପ୍ରକାଶ କଲେ ଏହି ଇଚ୍ଛା… Kanak News Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.