ସଂଜୟ ବାରୁ କିଏ ? ଯାହାଙ୍କ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ବହି ଉପରେ ନିର୍ମିତ ଫିଲ୍ମକୁ ନେଇ ପୁଣି ଥରେ ଜୋର ଧରିଲା ରାଜନୀତି Kanak News

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ର ଟ୍ରେଲର୍ ରିଲିଜ୍ ହେବା ପରେ କେନ୍ଦ୍ର ରାଜନୀତି ଜୋର୍ ଧରିଛି। ଚଳଚ୍ଚିତ୍ରକୁ ନେଇ ଚିନ୍ତିତ ହୋଇପଡ଼ିଛି କଂଗ୍ରେସ। ଏହି ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ବହି ଉପରେ ଆଧାରିତ । ଯାହାର ଲେଖକ ହେଉଛନ୍ତି ସଂଜୟ ବାରୁ ।

 

ନିଜ ବହି ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ରେ ସଂଜୟ ବାରୁ ଲେଖିଛନ୍ତି କି, ସେ ମନମୋହନ ସିଂହଙ୍କ ପିଏମଓରେ କାର୍ଯ୍ୟ ପାଇଁ ପ୍ରସ୍ତୁତ ଥିଲେ, ଯେତେବେଳେ ମନମୋହନ ସିଂହ ତାଙ୍କୁ ଅଫିସରେ ଯୋଗ ଦେବା ପାଇଁ ଅଫର ଦେଇଥିଲେ । ସେହି ସମୟରେ ସଂଜୟ ବାରୁ ଏହି ଖୁସି ଖବର ନିଜ ପିତାଙ୍କ ବ୍ୟତୀତ ଆଉ କାହାକୁ ବି ଜଣାଇନଥିଲେ । ଏଭଳି ସଂଜୟ ବାରୁଙ୍କ ପାଖକୁ ତାଙ୍କ ଜନ୍ମଦିନରେ ପିଏମଓରୁ ନିଯୁକ୍ତି ଉପହାର ମିଳିଥିଲା । ସଂଜୟ ବାରୁ ମେ ୨୦୦୪ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ନିଯୁକ୍ତ ହେଲେ । ସେ ଏହି ପଦରେ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ ରହିଲେ । ଏହି ଫିଲ୍ମ ୧୧ ଜାନୁୟାରୀରେ ରିଲଜ୍ ହେବାକୁ ଅଛି । ଏହାକୁ ବିଜୟ ରତ୍ନାକର ଗୁଟ୍ଟେ ନିର୍ଦ୍ଦେଶନା ଦେଇଛନ୍ତି ।

ବର୍ଷ ୨୦୧୪ରେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ବହି ପ୍ରକାଶ କରି ରାଜନୈତିକ ଭୂକମ୍ପ ଆଣିଥିବା ସଂଜୟ ବାରୁ ଫାଇନାନ୍ସିଆଲ ଏକ୍ସପ୍ରେସ ଓ ବିଜନେସ୍ ଷ୍ଟାଣ୍ଡାଡର ମୁଖ୍ୟ ସଂପାଦକ ରହି ସାରିଛନ୍ତି । ସେ ଇକୋନୋମିକ ଟାଇମ୍ସ ଓ ଦ ଟାଇମ୍ସ ଅଫ୍ ଇଣ୍ଡିଆର ସହାୟକ ସଂପାଦକ ରହିସାରିଛନ୍ତି । ତାଙ୍କ ପିତା ବିପିଆର ବିଠଲ ତାଙ୍କ ଫାଇନାନ୍ସ ଓ ପ୍ଲାନିଙ୍ଗ ସେକ୍ରେଟାରୀ ଥିଲେ । ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ମହାସଚିବ ପଦରୁ ଏପ୍ରିଲ ୨୦୧୮ରେ ସଂଜୟ ବାରୁ ଇସ୍ତଫା ଦେଇଥିଲେ । ଇଣ୍ଟରନ୍ୟାସନାଲ ଇଂଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ର ଜିଓ ଇକୋନୋମିକ୍ସ ଆଣ୍ଡ ଷ୍ଟ୍ରାଟେଜିର ନିର୍ଦ୍ଦେଶକ ବି ରହିସାରିଛନ୍ତି ।

ବହି ଲେଖିବା ପଛର କାହାଣୀ : ବହିରେ ସହଜୟ ବାରୁ ଲେଖିଛନ୍ତି, ପିଏମଓରେ କାର୍ଯ୍ୟ କରୁଥିବା ତାଙ୍କ ପୂର୍ବବର୍ତ୍ତୀ ଲୋକମାନେ ନିଜ କାର୍ଯ୍ୟକାଳ ସମୟର ସ୍ମୃତିକୁ କେବେ ବହିର ରୂପ ଦେବାକୁ ଚେଷ୍ଟା କରିନାହାଁନ୍ତି । ଅନେକ ପ୍ରତିଷ୍ଠିତ ସାମ୍ବାଦିକ ବି ଏହା କରିନାହାଁନ୍ତି । ସଂଜୟ ବାରୁ କହିଛନ୍ତି କି, ସେ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ରହିଥିବା ବେଳେ କେବେ ବହି ଲେଖିବାକୁ ଯୋଜନା କରିନଥିଲେ । ସେଥିପାଇଁ କିଛି ଡାଏରୀ ବି ଲେଖିନଥିଲେ । କିନ୍ତୁ କିଛି ପ୍ରମୁଖ ଘଟଣା ଟିପି କି ରଖିଥିଲେ । ସଂଜୟ ବାରୁ ଭାବୁଥିଲେ କି, ଜଣେ ନେତା ପ୍ରଶଂସାର ପାତ୍ର ହେଉ କିମ୍ବା ଘୃଣାର, କିନ୍ତୁ ଉପହାସର ପାତ୍ର ହେବା ଉଚିତ୍ ନୁହେଁ । ଯେତେବେଳେ ସଂଜୟ ପିଏମଓ ଛାଡିଲେ, ସେତେବେଳେ ମିଡିଆ ମନମୋହନ ସିଂହଙ୍କୁ ‘ସିଂ ଇଜ୍ କିଙ୍ଗ’ କହୁଥିଲା । ୪ବର୍ଷ ପରେ ଏକ ନ୍ୟୁଜ୍ ମ୍ୟାଗାଜିନରେ ସିଂ ଇଜ୍ ସିନ୍ ‘କିଙ୍ଗ’ କୁହାଗଲା । ଏହା ମନମୋହନ ସିଂହଙ୍କ ଛବି ଖରାପ ହେବାର ପ୍ରମାଣ ଥିଲା ।

ପିଏମଓ ହୋଇଯାଇଥିଲା ପ୍ରଭାବହୀନ : ସଂଜୟ ବାରୁ ଲେଖିଛନ୍ତି, ମନମୋହନ ସିଂହ ଅନେକ ଭୁଲ କଲେ, ଏହି ବହିରେ ତାହା ଉଲ୍ଲେଖ କରିବାରେ କୌଣସି ଆପତ୍ତି ନାହିଁ । ପ୍ରଥମ କାର୍ଯ୍ୟକାଳ ଠିକ୍ ଥିଲା, କିନ୍ତୁ ଦ୍ୱିତୀୟ କାର୍ଯ୍ୟକାଳ ଆର୍ଥିକ ଦୁର୍ନୀତି ଓ ଦୁଃଖ ଖବରରେ ଭର୍ତ୍ତି ରହିଲା । ସେ ରାଜନୀତିରୁ ନିୟନ୍ତ୍ରଣ ହରାଇଦେଲେ । କାର୍ଯ୍ୟକାଳ ପ୍ରଭାବହୀନ ହୋଇଗଲା । ପ୍ରଧାନମନ୍ତ୍ରୀଙ୍କ ଛବି କାହିଁକି ଖରାପ ହେଲା ? ମନମୋହନ ସିଂହ ଓ ସୋନିୟା ଗାନ୍ଧୀଙ୍କ ସଂପର୍କ କେମିତି ? ବହିରେ ଏ ସମସ୍ତ ପ୍ରଶ୍ନର ଉତ୍ତର ରହିଛି । ସଂଜୟ ବାରୁଙ୍କ ମୁତାବକ, ୨୦୦୯ରେ ଲେକାସଭା ନିର୍ବାଚନରେ ବିଜୟର ବାସ୍ତୁକାର ମନମୋହନ ସିଂହ ଥିଲେ । କିନ୍ତୁ ତାଙ୍କୁ ଶ୍ରେୟ ମିଳିଲାନି ।

ଯେତେବେଳେ ଏପ୍ରିଲ ୨୦୧୪ରେ ମନମୋହନ ସିଂହଙ୍କୁ ‘ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ କହିଥିବା ସଂଜୟ ବାରୁଙ୍କ ବହି ଆସିଲା, ପିଏମଓ ନିରାଶା ପ୍ରଦର୍ଶନ କରିଥିଲେ । ପିଏମ୍ ମନମୋହନ ସିଂହଙ୍କ କାର୍ଯ୍ୟାଳୟ ଏକ ବୟାନ ଜାରି କରି ଏହାକୁ ପଦର ଦୁରୁପଯୋଗ ଓ ବ୍ୟବସାୟିକ ଲାଭ ଉଠାଇବାର ଆଶା ଦର୍ଶାଯାଇଥିଲା । ପରେ ଏକ ସାକ୍ଷାତକାରରେ ସଂଜୟ ବାରୁ ପିଏମଓଙ୍କ ଏହି ବୟାନକୁ ମୁର୍ଖତାପୂର୍ଣ୍ଣ କହି ତାଙ୍କୁ ୟୁପିଏ-୧ର ଅନୁଭବ ଆଧାରରେ ବହି ଲେଖାଯାଇଛି, ଯାହାକୁ ସେ ପାଖରୁ ଦେଖିଥିଲେ ଓ ଜାଣିଥିଲେ । ତାହା ପୁଣି କେବଳ ୫୦ପ୍ରତିଶତ କଥା ପୁସ୍ତକରେ ଲେଖାଯାଇଛି । ବହିକୁ କାଳ୍ପନିକ କହିଥିବା ପିଏମଓର ଆରୋପକୁ ବି ଖଣ୍ଡନ କରିସାରିଛନ୍ତି ।



from Kanak News http://bit.ly/2SwwPF3 http://bit.ly/2AjMS1O
ସଂଜୟ ବାରୁ କିଏ ? ଯାହାଙ୍କ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ବହି ଉପରେ ନିର୍ମିତ ଫିଲ୍ମକୁ ନେଇ ପୁଣି ଥରେ ଜୋର ଧରିଲା ରାଜନୀତି Kanak News ସଂଜୟ ବାରୁ କିଏ ? ଯାହାଙ୍କ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ବହି ଉପରେ ନିର୍ମିତ ଫିଲ୍ମକୁ ନେଇ ପୁଣି ଥରେ ଜୋର ଧରିଲା ରାଜନୀତି Kanak News Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.