
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସାମିଲ ହେବାକୁ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁଯାୟୀ, ଏହି ବସରେ ଏକ କମ୍ପ୍ୟୁଟର ସେଂଟରର ଛାତ୍ରଛାତ୍ରୀମାନେ ଯାଉଥିଲେ । ବସଟି ଅଧା ରାସ୍ତାରେ ଓଲଟି ପଡିଥିଲା । ବସ ଓଲଟିବା କାରଣରୁ ୩୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗଭୀର ଆହତ ଲାଗିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଚିକିତ୍ସା କରାଯାଇଥିବା ଜଣାପଡିଛି । ଏହି ଘଟଣା ହିମାଚଳର ସମଲେଟା ଠାରେ ଘଟିଥିବା ଜଣାପଡିଛି ।

from Kanak News http://bit.ly/2Tdb1Ot http://bit.ly/2CC624s
No comments: