ଆଜି କଂଗ୍ରେସ ପାଳୁଛି ୧୩୪ ତମ ପ୍ରତିଷ୍ଠା ଦିବସ: ଦଳକୁ ସୁଦୃଢ କରିବା ଲାଗି ପ୍ରତିଷ୍ଠା ଦିବସରେ ଦଳର ମନ୍ଥନ,୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି Kanak News

କନକ ବ୍ୟୁରୋ: ଆଜି ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ । ପ୍ରଥମ କରି ପ୍ରତିଷ୍ଠା ଦିବସ ଅବସରରେ ଜୋନାଲ ସଭାପତି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ମିଳନୀ ବୈଠକ ଆୟୋଜିତ ହେଉଛି । ଆସନ୍ତା ୨୦୧୯ରେ କେମିତି କଂଗେସ ସରକାରକୁ ଆସିବ ଏବଂ ତୃଣମୂଳ ସ୍ତରରୁ କେମିତି ଦଳକୁ ସୁଦୃଢ କରାଯାଇପାରିବ ସେନେଇ ଗୁରୁମନ୍ତ୍ର ଦେବେ ନିରଞ୍ଜନ ପଟ୍ଟନାୟକ ।  ଆଜିର ଏହି କାର୍ଯ୍ୟକ୍ରମରେ  ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗେସର ବହୁ କର୍ମୀ ଓ ନତା ସାମିଲ ହୋଇଛନ୍ତି । ଏଥିରେ ୮୫୨ ଜୋନାଲ ସଭାପତି  ୧୧୪ ଏନଏସି ଓ ମୁନିସିପାଲଟିର ସଭାପତି ସାମିଲ ହୋଇଛନ୍ତି ।

ଜାନୁଆରି ୩୧ ସୁଦ୍ଧା କଂଗ୍ରେସ ଇସ୍ତାହାର ଚିଠା

ଅନ୍ୟପକ୍ଷରେ ଜାନୁଆରି ମାସ ୩୧ ତାରିଖ ସୁଦ୍ଧା ରାଜ୍ୟ କଂଗ୍ରେସ ତା’ର ଇସ୍ତାହାରର ଚିଠା ଚୂଡ଼ାନ୍ତ କରିବ। ଏହି ଇସ୍ତାହାର ଚିଠା ପ୍ରସ୍ତୁତ କରିବା ପାଇଁ ଦଳର ବିଭିନ୍ନ ସାମ୍ମୁଖ୍ୟ ଓ ବିଭାଗର ପରାମର୍ଶ ନିଆଯାଉଛି। ଏହାଛଡ଼ା କଂଗ୍ରେସ ଦଳ ଜନସାଧାରଣ ଓ ବିଭିନ୍ନ ସଂଗଠନଠାରୁ ମଧ୍ୟ ମତାମତ ଲୋଡ଼ିବ। ଏଥିପାଇଁ ସ୍ବତନ୍ତ୍ର ଭାବେ ୱେବ୍ସାଇଟ୍ ଖୋଲାଯାଉଛି। ସେଥିପାଇଁ ଆସନ୍ତା ୧୫ ତାରିଖ ସୁଦ୍ଧା ମତାମତ, ପରାମର୍ଶ ଆହ୍ବାନ କରାଯିବ। ଜନମତ ଆଧାରରେ ରାଜ୍ୟ କଂଗ୍ରେସର ଇସ୍ତାହାର ପ୍ରସ୍ତୁତ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ତେବେ ଇସ୍ତାହାର କମିଟି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ‌ ନେଇ ଗୋଷ୍ଠୀ ଗଠନ କରିବ। ସେହି ଗୋଷ୍ଠୀର ‌କର୍ମକର୍ତାମାନେ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ପରିକ୍ରମା କରିବେ। ଏହାର ଆଭିମୁଖ୍ୟ ହେଉଛି ସ୍ଥାନୀୟ ଜନସାଧାରଣ, ଦଳ ବାହାରେ ଥିବା ବିଭିନ୍ନ ସଂଗଠନର କର୍ମକର୍ତାମାନଙ୍କର ମତାମତ, ପରାମର୍ଶମାନ ସଂଗ୍ରହ କରାଯିବ। ଏହା ସହିତ ‘କଂଗ୍ରେସ ମାଇଁ ଚଏସ୍‌’ ନାମରେ ଏକ ୱେବ୍‌ସାଇଟ୍‌ ଖୁବଶୀଘ୍ର ଖୋଲାଯିବ। ସେହି ୱେବ୍‌ସାଇଟ୍‌ରେ ଇ-ମେଲ୍‌, ବିଭିନ୍ନ ସୋସିଆଲ୍‌ ମିଡିଆ ଯୋଗେ ମତାମତ ସଂଗ୍ରହ କରାଯିବ। ସେହିପରି ଇସ୍ତାହାର କମିଟି ଅଧ୍ୟକ୍ଷଙ୍କ ନାମରେ ଡାକ ଯୋଗେ ମଧ୍ୟ ମତାମତ ନିଆଯିବ। ଆସନ୍ତା ଜାନୁଆରି ୧୫ ସୁଦ୍ଧା ଏଭଳି ମତାମତ ସଂଗ୍ରହ ହେବ। ଇସ୍ତାହାର ଚିଠାକୁ ଏଆଇସିସି ଅନୁମୋଦନ ପାଇଁ ପଠାଯିବ।



from Kanak News http://bit.ly/2EQYvQH http://bit.ly/2EVdhXE
ଆଜି କଂଗ୍ରେସ ପାଳୁଛି ୧୩୪ ତମ ପ୍ରତିଷ୍ଠା ଦିବସ: ଦଳକୁ ସୁଦୃଢ କରିବା ଲାଗି ପ୍ରତିଷ୍ଠା ଦିବସରେ ଦଳର ମନ୍ଥନ,୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି Kanak News ଆଜି କଂଗ୍ରେସ ପାଳୁଛି ୧୩୪ ତମ ପ୍ରତିଷ୍ଠା ଦିବସ: ଦଳକୁ ସୁଦୃଢ କରିବା ଲାଗି ପ୍ରତିଷ୍ଠା ଦିବସରେ ଦଳର ମନ୍ଥନ,୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି Kanak News Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.