ଆଜି ଦୁର୍ଘଟଣାର ଦିନ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର । କଟକ, ଗଜପତି, ବାରିପଦା ଓ ବ୍ରହ୍ମଗିରିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା Kanak News

କନକ ବ୍ୟୁରୋ: ଦୁର୍ଘଟଣାର ଦିନ । ଆଜି ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାର ଦୁଃଖଦ ଖବର ଆସିଛି । କଟକ, ଗଜପତି, ବାରିପଦା, ବ୍ରହ୍ମଗିରିରୁ ଦୁର୍ଘଟଣାର ଖବର ଆସିଛି ।
କଟକ କନ୍ଦରପୁରରେ ବସ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।
ସେପଟେ ଗଜପତି ଜିଲ୍ଲା ମାରଲବା ଘାଟିରେ ପିକନିକ ବସ ଓଲଟି ପଡିବାରୁ ୨ ଜଣ ଆହତ ହୋଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତିଯାଇଛନ୍ତି ।
ସେହିପରି ବାରିପଦା କଟାସ ଛକ ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ଯାନ୍ତ୍ରିକ ତ୍ରୁଟି ଥିବା କାରଣରୁ ବସଟି ଓଲଟିପଡିଥିଲା । ବସରେ ୪୦ ଯାତ୍ରୀ ବେଳେ ୨ଜଣ ଆହତ ହୋଇଛନ୍ତି ।
ଏପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ କୁସୁବେଂଟି ରାସ୍ତାରେ ଆମ୍ବୁଲାନ୍ସ ଓଲଟିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆହତ ୩ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।
from Kanak News http://bit.ly/2ESjVxO http://bit.ly/2EUXUgO
ଆଜି ଦୁର୍ଘଟଣାର ଦିନ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର । କଟକ, ଗଜପତି, ବାରିପଦା ଓ ବ୍ରହ୍ମଗିରିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା Kanak News
Reviewed by SUBHENDU BARAL
on
December 28, 2018
Rating:




No comments: