କନକ ନ୍ୟୁଜର କାର୍ଯ୍ୟକ୍ରମ ନ୍ୟୁଜମେକର ୨୦୧୮ରେ ବର୍ଷର ଚର୍ଚ୍ଚିତ ଚେହେରା ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଦାମୋଦାର ରାଉତ ରଖିଛନ୍ତି ସବୁଠାରୁ ବଡ ବୟାନ । ବିଜେଡି ପ୍ରତିଷ୍ଠା ଦିବସରେ ପୁଅ ସମ୍ବିତ ରାଉତରାୟ ଯେତେବେଳେ ଦଳର କାର୍ଯ୍ୟାଳୟରେ ପାଳନ ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ତାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ତାପରେ ମୁହେଁ ଖୋଲିଛନ୍ତି ଏହି ଚର୍ଚ୍ଚିତ ରାଜନେତା ।
ଡାକ୍ତର ଦାମୋଦର ରାଉତ କହିଛନ୍ତି, ମୋ ପୁଅ ଝିଅ ପାଇଁ ମୁଁ ଗର୍ବିତ । ସେମାନେ ମୋ ପୁଅ ଝିଅ । ସେମାନେ ଅଶୋକ ଦାସଙ୍କ ପୁଅ କି ଅନ୍ୟ କାହା ପୁଅ ନୁହେଁ । ମୋ ପୁଅ କଣ କଲେ ଭଲ ହେବ ତାର ବିଚାରବୁଦ୍ଧି ଅଛି, ସେ ବିଚାର କରିବ । ମତେ ଯେମିତି ଦଳ କତୁରୀ ଦେଖାଇଛି ମୋ ପୁଅ ସେମିତି କାହାକୁ କତୁରୀ ଦେଖେଇବିନି, ଏକଥା କାହିଁକି ଆପଣ ଭାବୁନାହାନ୍ତି?
ଏହାପରେ ଯେତେବେଳେ ଦାମ ବାବୁଙ୍କୁ ପ୍ରଶ୍ନ ରଖାଯାଇଥିଲା, ବିଜେଡି ଭିତରେ ରହି ଦାମ ବାବୁଙ୍କ ଇଶାରାରେ ତାଙ୍କ ପୁଅ କାମ କରିବେ କି? ୨୦୧୯ରେ ବିଜେଡି ଭିତରେ ଅନେକ କିଛି ଘଟିବ କି? ସେତେଳେ ଉତ୍ତରରେ ଦାମ ବାବୁ କହିଥିଲେ, ବିଜେଡି ରହିବ କି ରସାତଳକୁ ଯାଇ ଛତିଶଗଡ ଭଳି ଅବସ୍ଥା ହବ, ଏକଥା କାହିଁକି ଭାବୁନାହାନ୍ତି ।
ବିଜେଡିର ପ୍ରତିଷ୍ଠା ଦିବସରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେଡିରୁ ବିତାଡିତ ହୋଇଥିବା ବରିଷ୍ଠ ନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରତିଷ୍ଠା ଦିବସ ସଭାମଞ୍ଚରେ ଦେଖିବାକୁ ମିଳିଥିଲା। ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠିକ୍ ପଛପଟେ ସମ୍ବିତଙ୍କୁ ଦେଖିବାକୁ ମିଳିଥିଲା। ଆଉ ଏହି ଦୃଶ୍ୟ ରାଜନୈତିକ ବିଶ୍ଲେଷକଙ୍କୁ ମଧ୍ୟ ଶଙ୍କାରେ ପକାଇଥିଲା । କାରଣ ଦାମ ଦଳରୁ ବିଦା ହେବା ପରେ କହିଥିଲେ ତାଙ୍କ ପୁଅ ତାଙ୍କ ସାଥୀରେ ଅଛି । ସେ ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ ସେ ଦାମ ରାଉତର ପୁଅ ବୋଲି ଛାତି ବାଡେଇ କହିଥିଲେ । ଏପରିକି ପୁଅ ସମ୍ବିତ ତାଙ୍କ ସହ ସବୁବେଳେ ଅଛି ବୋଲି କହିଥିଲେ ଦାମ । ସେ ଯୁଆଡେ ଯିବେ ତାଙ୍କ ପୁଅ ସିଆଡେ ଯିବ ବୋଲି କହିଥିଲେ ଦାମ । କିନ୍ତୁ ସମ୍ବିତ, ବିଜେଡି କାର୍ଯ୍ୟାଳୟକୁ ଯିବା ଅନେକ କିଛି ବୟାନ କରୁଥିଲା ।
ଗତବର୍ଷ ମଧ୍ୟ ଯେତେବେଳେ ଦାମ ଦଳରେ ଥିଲେ ସେତେବେଳେ ପ୍ରତିଷ୍ଠା ଦିବସ ସଭାରେ ତାଙ୍କୁ ଦେଖିବାକୁ ମିଳିନଥିଲା । ପୁରୀରେ ପ୍ରତିଷ୍ଠା ଦିବସ ପାଳନ ହେଉଥିଲେ ମଧ୍ୟ ଦାମ ପିପିଲି ପାଖରୁ ଫେରି ଆସିଥିଲେ । ସେତେବେଳେ ପୁଅ ସମ୍ବିତ ରାଉତରାୟ ପାରାଦ୍ୱୀପ ନିର୍ବାଚନମଣ୍ଡଳୀରୁ କର୍ମୀଙ୍କୁ ଧରି ପୁରୀ ସଭା ଯାଇଥିଲେ । ଆଉ ଏହା ଭିତରେ ଗୋଟିଏ ବର୍ଷ ବିତିଯାଇଛି । ଆଉ ସମୟର କାଳଚକ୍ରରେ ଦାମଙ୍କୁ ବିଜେଡିରୁ ବିତାଡିତ ହେବାକୁ ପଡିଛି । କିନ୍ତୁ ବୋଧହୁଏ ପୁଅ ସମ୍ବିତ ରାଉତରାୟ ନିଜର ରାଜନୈତିକ ଭବିଷ୍ୟତ ପାଇଁ ବିଜେଡିରୁ ମୁହଁ ଫେରାଇ ପାରୁନାହାନ୍ତି । ହେଲେ ଦାମ ବାବୁ ନ୍ୟୁଜମେକର କାର୍ଯ୍ୟକ୍ରମରେ ଦେଇଥିବା ବୟାନ ନୂଆ ଏକ ଦିଗକୁ ସାମ୍ନାକୁ ଆଣୁଛି ।

ବର୍ଷ ୨୦୧୮ରେ ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚିତ ହୋଇଥିଲେ ଦାମୋଦର ରାଉତ । ପ୍ରଥମେ ମନ୍ତ୍ରୀପଦରୁ ବାହାରିଥିଲେ ଏବଂ ପରେ ଦଳରୁ ବହିଷ୍କୃତ ହୋଇଥିଲେ । ଆଉ ଏହାପରେ ଦୁର୍ନୀତି ବିରୋଧରେ ଅଭିଯାନ ଚଲାଇଥିଲେ ଏହି ବରିଷ୍ଠ ନେତା । ବିଜୁ ସମତାକ୍ରାନ୍ତି ନାଁରେ ନୂଆ ଦଳର ମୁଳଦୁଆ ପଡିଥିଲେ ବି ୨୦୧୯ରେ ଭିନ୍ନ ଏକ ଦୃଶ୍ୟପଟ୍ଟ ସାମ୍ନାକୁ ଆସିବାପାରେ ବୋଲି ଇଙ୍ଗିତ କରିଛନ୍ତି ଏହି ବରିଷ୍ଠ ରାଜନେତା ।
from Kanak News http://bit.ly/2SwwQc5 http://bit.ly/2Ao3Zzk
No comments: