ନିଆଁ ଲାଗି ଜଳିଗଲା ଧାନ ଗଦା

ବାଲେଶ୍ବର ୨୯|୧୨: ଧାନ ଗଦାରେ ଲାଗିଲା ନିଆଁ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପ୍ରହରାଜପୁର ଗାଁରେ ଖଳାରେ ଥିବା ଧାନ ଗଦାରେ ନିଆଁ ଲାଗିଯାଇଛି । ଫଳରେ ଧାନ ଗଦା ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାର ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପ୍ରହରାଜପୁର ଗାଁର ସୁରେନ୍ଦ୍ର ବାରିକ ୧୦ ଏକରର ଭାଗଚାଷ କରି ବିଲରୁ କଳେଇ ଆଣି ଖଳାରେ ରଖିଥିଲେ । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ଧାନଗଦା ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ସୋର ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।



from News7 http://bit.ly/2RrMOqi
ନିଆଁ ଲାଗି ଜଳିଗଲା ଧାନ ଗଦା ନିଆଁ ଲାଗି ଜଳିଗଲା ଧାନ ଗଦା Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.