କେନ୍ଦ୍ର ସରକାରଙ୍କୁ କୌଣସି ତଥ୍ୟ ନଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ

 କୋଲକାତା ୨୯/୧୨:କେନ୍ଦ୍ର ସରକାରଙ୍କୁ କୌଣସି ତଥ୍ୟ ନଦେବା ପାଇଁ  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ସରକାରୀ ଅଧିକାରୀକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ୨୪ପ୍ରଗଣା ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ମମତା ଏହା କହିଛନ୍ତି ।  ପଶ୍ଚିମବଙ୍ଗର ସରକାରଙ୍କ ବିଭିନ୍ନ ବିଭାଗ ନିଜସ୍ବ ପୋର୍ଟାଲ କରିବେ ଏବଂ ସେଥିରେ ସମସ୍ତ ତଥ୍ୟ ସୁରକ୍ଷିତ ରଖିବେ। କେନ୍ଦ୍ର ସରକାର ରାଜ୍ୟରୁ ନେଉଥିବା ତଥ୍ୟକୁ ରାଜନୈତିକ ଫାଇଦା ଦୃଷ୍ଟିରୁ ବ୍ୟବହାର କରାଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଦେଇଥିବା ଏଭଳି ନିର୍ଦ୍ଦେଶ ପାଳନ ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।  ତଥ୍ୟ ସୁରକ୍ଷିତ ରଖିବା ପାଇଁ ଡ୍ୟାସବୋର୍ଡ଼ ନିର୍ମାଣ ଆରମ୍ଭ କରିସାରିଲେଣି। ଏହି ଡ୍ୟାସବୋର୍ଡ଼ ସମସ୍ତ ସରକାରୀ ପୋର୍ଟାଲଗୁଡ଼ିକ ନିମନ୍ତେ ସାଧାରଣ ପ୍ଲାଟଫର୍ମ ଭାବେ କାମ କରିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଅଳ୍ପସଂଖ୍ୟକ ଜନସଂଖ୍ୟା ଥିବା ତଥ୍ୟ ଆମଠାରୁ ନେଇଥିଲେ କିନ୍ତୁ ଲୋକମାନଙ୍କ ବିକାଶ ନିମନ୍ତେ ଅର୍ଥ କିମ୍ବା କିମ୍ବା ଶିଶୁଙ୍କ ପାଇଁ ସ୍କୋଲାରଶିପ୍ ଦେଇନଥିଲେ। ପରେ ତାଙ୍କ ପାଇଁ ଆମ ସରକାର ଅର୍ଥ ଜାରି କରିଥିଲେ। କେନ୍ଦ୍ର ସରକାରଙ୍କ ଆମ ସରକାରଙ୍କଠାରୁ ତଥ୍ୟ ନେଇଯାଆନ୍ତି କିନ୍ତୁ କୈାଣସି ପାଣ୍ଠି ଜାରି କରନ୍ତି ନାହିଁ। ସେମାନେ ଏହି ତଥ୍ୟକୁ କେବଳ ନିଜର ରାଜନୈତିକ ହିତ ସାଧନ ପାଇଁ ପ୍ରୟୋଗ କରିଥାଆନ୍ତି।  



from News7 http://bit.ly/2BMC5Nz
କେନ୍ଦ୍ର ସରକାରଙ୍କୁ କୌଣସି ତଥ୍ୟ ନଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କୁ କୌଣସି ତଥ୍ୟ ନଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.