ମହିଳା ନିଜ ପୁରୁଷବନ୍ଧୁ ସାହାର୍ଯ୍ୟରେ ୬ବର୍ଷର ନାବାଳିକା ସହ କଲେ ଏମିତି କାମ, ଜାଣିବେ ତ ମୁଣ୍ଡରେ ଦେବେ ହାତ

ପଟିଆଲା ୨୮/୧୨- ମଣିଷ ନିଜର ପ୍ରତିଶୋଧ ପାଇଁ କିଛି ନା କିଛି ଦୁଃସାହସିକ ଅପରାଧ କରିବାକୁ ପଛାଇ ନଥାଏ । ପ୍ରତିଶୋଧ ନେବାପାଇଁ ଜଣେ ମହିଳାଙ୍କୁ ନେବାକୁ ପଡ଼ିଲା ପୁରୁଷ ବନ୍ଧୁର ସାହାର୍ଯ୍ୟ । ଯାହା ଫଳରେ ନିଜର ସ୍ଵାର୍ଥପୂରଣ ହେଲା ସିନା ଅପରାଧ ଖାତାରେ ଲେଖାହୋଇଗଲା ନାଆଁ । ଏହି ଘଟଣା ପାଇଁ ଦେବାକୁ ସେମାନଙ୍କୁ ଦେବାକୁ ପଡ଼ିଛି ଅନେକ ମୂଲ୍ୟ ।

ଧନୌର ବିଧାନସଭା ଅଂଚଳରେ ଘଟିଛି ଏହି ଘଟଣା । ଜଣେ କଂଗ୍ରେସ ବିଧାୟକଙ୍କ ୬ ବର୍ଷିୟ ଝିଅକୁ କରାଯାଇଛି ଅପହରଣ । ଅପହରଣ ପରେ ଅତି ନିର୍ମମଭାବେ କରାଯାଇଛି ହତ୍ୟା ।

ପୋଲିସ କହିବା ଅନୁସାରେ କଂଗ୍ରେସ ବିଧାୟକ ମଦନଲାଲ ଗୋଟିଏ ବାହାଘର ଭୋଜିକୁ ଯାଇଥିବା ସମୟରେ ତାଙ୍କ  ଝିଅ ମନାନକୁ କରାଯାଇଥିଲା ଅପହରଣ । ଅନେକ ଖୋଜାଖୋଜି ପରେ ଝିଅର କୌଣସି ମିଳିନଥିଲା ସୁରାକ । ସେଥିପାଇଁ କଂଗ୍ରେସ ବିଧାୟକ ଝିଅର ଅପହରଣ ନେଇ ଥାନାରେ ଏତାଲା ଦେଇଥିଲେ । ଏହି ଏତାଲାକୁ ଆଧାରକରି ପୋଲିସ ତଦନ୍ତ କରିଥିଲେ ମଧ୍ୟ କୌଣସି ଖବର ମିଳିପାରି ନଥିଲା ।

ତେବେ ବିଧାୟକ ବିବାହ ଭୋଜିରେ ଥିବା ସମୟରେ ନରବାନା ନଗର ଅଂଚଳରୁ ମିଲିଥିଲା ଶବ । ଘଟଣାସ୍ଥଳରେ ପହଂଚି ବିଧାୟକଙ୍କ ଝିଅ ମନାନ ବୋଲି ଜାଣିଥିଲା ପୋଲିସ । ତା ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଥିଲା ।

ନାବାଳିକାର ଶବଟି ଯେଉଁଠି ପଡ଼ିଥିଲା, ସେହି ସ୍ଥାନରେ ମଧ୍ୟ ପଡ଼ିଥିଲା କିଛି ମଦବୋତଲ । ପୋଲିସ ତଦନ୍ତରୁ ଜାଣିଛି, ଅପରାଧ ସହିତ ଏକାଧିକ ଲୋକ ଜଡ଼ିତ ଓ ସେମାନେ ମଦ୍ୟପାନ କଲାପରେ ଅମାନୁଷିକ ଭାବେ କରିଛନ୍ତି ହତ୍ୟା ।

ସନ୍ଦେହରେ ପୋଲିସ ଜଣେ ମହିଳାଙ୍କ ସହ ତାଙ୍କ ପୁରୁଷବନ୍ଧୁକୁ ଅଟକ ରଖି ପଚାରାଉଚରା କରୁଛି । ଏହି ମହିଳା ଜଣକ ସହ ବିଧାୟକଙ୍କ ବ୍ୟକ୍ତିଗତ ଶତୃତା ଥିବା କଥା ଜଣାପଡ଼ିଛି । ଏହି ଘଟଣା ସହ ମହିଳା  ଓ ତାଙ୍କ ପୁରୁଷ ପ୍ରେମିକ ସଂପୃକ୍ତ ଥିବା କଥା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।



from News7 http://bit.ly/2EWkUgg
ମହିଳା ନିଜ ପୁରୁଷବନ୍ଧୁ ସାହାର୍ଯ୍ୟରେ ୬ବର୍ଷର ନାବାଳିକା ସହ କଲେ ଏମିତି କାମ, ଜାଣିବେ ତ ମୁଣ୍ଡରେ ଦେବେ ହାତ ମହିଳା ନିଜ ପୁରୁଷବନ୍ଧୁ ସାହାର୍ଯ୍ୟରେ ୬ବର୍ଷର ନାବାଳିକା ସହ କଲେ ଏମିତି କାମ, ଜାଣିବେ ତ ମୁଣ୍ଡରେ ଦେବେ ହାତ Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.