୨୩ ବର୍ଷ ପରେ ବାପା ଉଠାଇଥିବା ପ୍ରସଙ୍ଗ କାହିଁକି ଉଠାଇଲେ ନବୀନ? ସମ୍ବିଧାନକୁ ମାନିବା ସ୍ଥିତିରେ ନାହାଁନ୍ତି କି ଆଉ, ଆରମ୍ଭ ହେଲାଣି ବିତର୍କ

ଭୁବନେଶ୍ବର ୨୭|୧୨ : ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆର୍ଥିକ ସ୍ବାୟତ୍ତତା ଦାବି କରିଛନ୍ତି। ଏପରିକି ଆର୍ଥିକ ସ୍ବାୟତ୍ତତା ମିଳିଲେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ମଧ୍ୟ କରିବୁ ନାହିଁ ବୋଲି ନବୀନ ରୋକଠୋକ ଶୁଣାଇଥିଲେ। ତେବେ ନବୀନଙ୍କର ଏହି ଦାବିକୁ ନେଇ ଆଜି ରାଜ୍ୟ ରାଜନୀତିରେ ଜୋର ଧରିଛି ବୟାନବାଜି।

ଓଡିଶାକୁ ଫାଇନାନସିଆଲ ଅଟୋନୋମି ଦେଲେ ଆମେ ଆଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇବୁ ନାହିଁ। ନବୀନଙ୍କ ଏହି ପଦେ କଥାକୁ ନେଇ ଏବେ ରାଜନୀତିରେ ଝଡ। ନବେ ଦଶକରେ ବିଜୁ ପଟ୍ଟନାୟକ ସମାନ କଥା ଉଠାଇଥିଲେ। ସେତେବେଳେ କଥା କେବଳ କଥାରେ ରହିଯାଇଥିଲା। ୨୩ ବର୍ଷ ପରେ ପୁଣି ସମାନ ପ୍ରସଙ୍ଗ କାହିଁକି ଉଠାଇଲେ ନବୀନ। ଯାହାକୁ ନେଇ ବିରୋଧି କ୍ୟାମ୍ପରେ ଆରମ୍ଭ ହୋଇଛି ବିତର୍କ । ବିରୋଧିଙ୍କ ଅଭିଯୋଗ, ନବୀନ ବୋଧେ ଦେଶର ସମ୍ବିଧାନକୁ ମାନିବା ସ୍ଥିତିରେ ନାହାଁନ୍ତି। ଭାରତଭଳି ଏକ ଗଣତନ୍ତ୍ର ଦେଶରେ ଗୋଟିଏ ରାଜ୍ୟ ଅର୍ଥନୈତିକ ସ୍ବାଧିନତା ଦାବି କରିବା ଦେଶର ଅଖଣ୍ଡତା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିବ ନାହିଁ କି ବୋଲି ବିରୋଧି ପ୍ରଶ୍ନ କରିଛନ୍ତି।

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଖିଅକରି ବିଜେଡି ଅର୍ଥନୈତିକ ସ୍ବାୟତ୍ତତା ପ୍ରସଙ୍ଗ ଉଠାଇଛି। ହେଲେ ଏହାପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ କଣ ଦଳ ପଛକୁ ରଖିବ କି ସେନେଇ ବି ଆରମ୍ଭ ହେଲାଣି ଆଲୋଚନା। ଶାସକ ଦଳ ବିଜେଡିର ଯୁକ୍ତି, ବିଭିନ୍ନ ଯୋଜନାରେ କେନ୍ଦ୍ର ଅର୍ଥ କାଟିବା ଏବଂ ରାଜ୍ୟରୁ ଆଦାୟ ଟିକସ ଅର୍ଥର ଅଂଶ ଦେବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଉଥିବାରୁ ଅର୍ଥନୈତିକ ସ୍ବାଧିନତାର ଆବଶ୍ୟକତା ଦେଖାଦେଇଛି। ଏଥିରେ ସମ୍ବିଧାନ କି ଦେଶର ଅଖଣ୍ଡତା କଥା ଉଠୁଛି କାହିଁକି।

ଯେଉଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ବିଜେଡି ରାଜ୍ୟଠାରୁ ସଂସଦ ଯାଏଁ ହୁଲସ୍ତୁଲ କରିଛି ଏବେ ଏହାକୁ ପଛରେ ପକାଇବ କି। ନବୀନଙ୍କ ଦାବିକୁ ବିଜେଡି ପାର୍ଲାମେଣ୍ଟରେ ଉଠାଇବ କି। ଏଭଳି ଏକ ପ୍ରସଙ୍ଗ ଓଡ଼ିଶାକୁ ଏବଂ ବିଜେଡିକୁ ଫାଇଦା ଦେଇପାରବ କି। ଏମିତି କିଛି ପ୍ରଶ୍ନ ଏବେ ଉଙ୍କି ମାରିଛି।



from News7 http://bit.ly/2Ri801X
୨୩ ବର୍ଷ ପରେ ବାପା ଉଠାଇଥିବା ପ୍ରସଙ୍ଗ କାହିଁକି ଉଠାଇଲେ ନବୀନ? ସମ୍ବିଧାନକୁ ମାନିବା ସ୍ଥିତିରେ ନାହାଁନ୍ତି କି ଆଉ, ଆରମ୍ଭ ହେଲାଣି ବିତର୍କ ୨୩ ବର୍ଷ ପରେ ବାପା ଉଠାଇଥିବା ପ୍ରସଙ୍ଗ କାହିଁକି ଉଠାଇଲେ ନବୀନ? ସମ୍ବିଧାନକୁ ମାନିବା ସ୍ଥିତିରେ ନାହାଁନ୍ତି କି ଆଉ, ଆରମ୍ଭ ହେଲାଣି ବିତର୍କ Reviewed by SUBHENDU BARAL on December 27, 2018 Rating: 5

No comments:

Powered by Blogger.