ସବ-ଇନ୍ସପେକ୍ଟରଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ କଲେ ଇନ୍ସପେକ୍ଟରଙ୍କ ପୁଅ; ୪ ଅଭିଯୁକ୍ତ ଗିରଫ

କାନପୁର ୨୭/୧୨ : ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ପୁଣି ଏକ ଗଣଦୁଷ୍କର୍ମ ହୋଇଛି | ବି.ଟେକର କିଛି ଛାତ୍ର ସେଠାକାର ସବ-ଇନ୍ସପେକ୍ଟରଙ୍କ ଝିଅଙ୍କୁ ନିଜର କାମନା ଚରିତାର୍ଥ ପାଇଁ ଶିକାର କରିଛନ୍ତି | ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ନାବାଳିକାଙ୍କୁ ଏକ ଥାନା ବାହାରେ ଛାଡି ଦେଇ ଫେରାର ହୋଇଯାଇଥିଲେ | ନାବାଳିକାଙ୍କୁ ଥାନା କର୍ମଚାରୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ |

ସୂଚନାଯୋଗ୍ୟ ଯେ, କାନପୁର ଜିଲ୍ଲାର ଗୀତାନଗର ଅଂଚଳରେ ଘଟିଛି ଏଭଳି ବିଭତ୍ସ କାଣ୍ଡ | ଅନୁରାଗ ନାମକ ଜଣେ ବି.ଟେକ ଇଂଜିନିୟରିଂ ଛାତ୍ର ଆଭା ଆପାର୍ଟମେଣ୍ଟରେ ଘର ଭଡା ନେଇ ୩ ଜଣ ସାଙ୍ଗଙ୍କ ସହ ରହୁଥିଲା | ବାବୁପୂର୍ବା ଥାନାର ସବ-ଇନ୍ସପେକ୍ଟରଙ୍କ ଝିଅଙ୍କ ଝିଅ କିଛି ମାସ ପୂର୍ବରୁ ଅନୁରାଗର ବନ୍ଧୁ ହୋଇଥିଲା | ଡିସେମ୍ବର ୨୫ ତାରିଖ ରାତିରେ ଅନୁରାଗ ନାବାଳିକାଙ୍କୁ ପାର୍ଟି ପାଇଁ ନିଜ ଘରକୁ ଡାକିଥିଲା | ନାବାଳିକା ଅନୁରାଗର କଥା ମାନି ସେମାନେ ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲେ | ସେଠାରେ ଖାଇବା, ପିଇବା, ନାଚଗୀତ, ଡ୍ୟାନ୍ସ ସବୁ ହୋଇଥିଲା | କିଛି ସମୟ ପରେ ଅନୁରାଗ ନାବାଳିକା ସାଙ୍ଗକୁ ଅନ୍ୟ ଏକ ରୁମକୁ ନେଇଯାଇଥିଲା | ସେଠାରେ ଅନୁରାଗ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା | ଏହାପରେ ଅନୁରାଗ ନିଜର ୩ଜଣ ସାଙ୍ଗ ଶୁଭମ ଯାଦବ, ଅଭିଷେକ କୁମାର ଏବଂ ଯେକି ଦୁବେଙ୍କୁ ରୁମ ଭିତରକୁ ଡାକିଥିଲା | ଏମାନେ ସମସ୍ତେ ଜଣେ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ |

ଘଟଣା ପରେ ପୀଡିତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା | ପୀଡିତାଙ୍କ ଅବସ୍ଥା ଦେଖି ୪ ଅଭିଯୁକ୍ତ ଡରିଗଲେ ଏବଂ ପୀଡିତାଙ୍କୁ ନେଇ ବାବୁପୂର୍ବା ଥାନା ପାଖକୁ ନେଇଯାଇଥିଲେ | ସେଠାରେ ତାଙ୍କୁ ଛାଡିଦେଇ ୪ଜଣ ଫେରାର ହୋଇଯାଇଥିଲେ | ପୀଡିତା କୌଣସି ପ୍ରକାରେ ନିଜ ଘରକୁ ପହଂଚି ଘରଲୋକଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ | ପୀଡିତାଙ୍କ କଥା ଶୁଣି ଘରଲୋକ ଅତ୍ୟନ୍ତ ମର୍ମାହତ ହୋଇଥିଲେ | ପରିବାରଲୋକେ ତୁରନ୍ତ ପୀଡିତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ |

ଏହାପରେ ପୀଡିତାଙ୍କ ମା କାକଦେବା ଥାନାରେ ୪ ଅଭିଯୁକ୍ତ ବିରୋଧରେ ଥାନାରେ ଗଣଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲେ | ମାମଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଅନୁରାଗ ରହୁଥିବା ଆପାର୍ଟମେଣ୍ଟରେ ପୋଲିସ ଚଢ଼ାଉ କରି ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା | ପୋଲିସ ସେହି ଘରୁ ଏକ ସାର୍ଟ ଏବଂ ଏକ ରକ୍ତାକ୍ତ ଚାଦର ଜବତ କରିଥିଲା |

ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ପଚରାଉଚୁରା କରିଥିଲା | ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ, ମୁଖ୍ୟ ଅଭିଯୁକ୍ତ ଅନୁରାଗ ପୋଲିସ ଅଧିକାରୀ ଅୱଧେଶ ଯାଦବଙ୍କ ପୁଅ | ସେ ବର୍ତ୍ତମାନ ଦେବରୀୟ ଥାନାରେ କାର୍ଯ୍ୟରତ ଅଛନ୍ତି |

ଆଉଜଣେ ଅଭିଯୁକ୍ତ ଅଭିଷେକ ମଧ୍ୟ ଜଣେ ପୋଲିସ ଇନ୍ସପେକ୍ଟର ରବୀନ୍ଦ୍ର କୁମାରଙ୍କ ପୁଅ ବୋଲି ଜଣାପଡିଥିଲା | ତାଙ୍କ ବାପା ବର୍ତ୍ତମାନ କାଶୀ ବିଶ୍ୱନାଥ ମନ୍ଦିର, ବାରଣାସୀର ସୁରକ୍ଷା ଦାୟିତ୍ୱରେ ଅଛନ୍ତି | ପୋଲିସ ତଦନ୍ତ ପରେ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି |



from News7 http://bit.ly/2LC4lH1
ସବ-ଇନ୍ସପେକ୍ଟରଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ କଲେ ଇନ୍ସପେକ୍ଟରଙ୍କ ପୁଅ; ୪ ଅଭିଯୁକ୍ତ ଗିରଫ ସବ-ଇନ୍ସପେକ୍ଟରଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ କଲେ ଇନ୍ସପେକ୍ଟରଙ୍କ ପୁଅ; ୪ ଅଭିଯୁକ୍ତ ଗିରଫ Reviewed by SUBHENDU BARAL on December 27, 2018 Rating: 5

No comments:

Powered by Blogger.