ଭଦୋହୀ ୨୯/୧୨: ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ମୋବାଇଲ୍ ଫୋନ୍ ନଦେବାରୁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ତାଙ୍କ ନୂଆ ମୋବାଇଲ୍ ଫୋନ୍ କିଣିଦେବାକୁ କହିଥିଲେ କିନ୍ତୁ ସ୍ବାମୀ ଏଥିରେ ଅରାଜି ହେବାରୁ ମହିଳା ଜଣକ ବିଷାକ୍ତ ବଟିକା ଖାଇ ପ୍ରାଣ ହରାଇଥିଲେ। ଏହା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲେ।
ସୂଚନା ଅନୁସାରେ ଭଦୋହୀ ଜିଲ୍ଲାର ସୁରିୟାଁବା ଥାନା ନିକଟସ୍ଥ ବାସିନ୍ଦା କମଳେଶ କୁମାର ଗୈାତମଙ୍କ ପତ୍ନୀ କିରଣ(୨୮) ଚାରି ଦିନ ପୂର୍ବରୁ ନିଜ ବାପଘରୁ ଫେରିଥିଲେ। ବାପଘରୁ ଫେରିବା ପରେ କିରଣ ସ୍ବାମୀଙ୍କୁ ନୂଆ ମୋବାଇଲ୍ ଫୋନ୍ କିଣିଦେବାକୁ କହିଥିଲେ। ଏହି କଥାକୁ ନେଇ ଗୁରୁବାର ଦିନ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ସ୍ବାମୀ ଆର୍ଥିକ ସମସ୍ୟା ଯୋଗୁଁ ତୁରନ୍ତ ଫୋନ୍ କିଣିବାକୁ ଅସମର୍ଥ ବୋଲି କହିଥିଲେ।
ଏହି ଝଗଡ଼ା ପରେ ମହିଳା ସଲଫସ୍ ବଟିକା ଖାଇଦେଇଥିଲେ। ଏହି ବଟିକା ଖାଇବା ପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଶ୍ବଶୁର ଘର ଲୋକେ ତାଙ୍କୁ ତୁରନ୍ତ ସୁରିୟାଁବା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଏଠାରେ ସ୍ବାସ୍ଥ୍ୟାବସ୍ଥାରେ କୈାଣସି ଉନ୍ନତି ନ ଦେଖାଯିବାରୁ ମହିଳାଙ୍କୁ ତୁରନ୍ତ ଏକ ପ୍ରାଇଭେଟ୍ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଏଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ପୋଲିସଙ୍କୁ ସୂଚନା ଦେଇଥିଲେ।
from News7 http://bit.ly/2RrMQhU
No comments: